Advertisment

Nuapada Politics: ବିଜେଡିକୁ ଜୟ ଢୋଲକିଆଙ୍କ ସାଂଘାତିକ ନିଶାନା, କାଲି ପ୍ରଚାରକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ବିଜେଡି ପାଇଁ କାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ଦଳ ମୁଖିଆ ନବୀନ ପଟ୍ଟନାୟକ। କୋମନାରେ ସାଧାରଣ ସଭା କରି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଏଥିପାଇଁ ବଡ଼ ତୟାରିରେ ବିଜେଡି।

author-image
Manas Ranjan Mohanty
NUAPADA-FIGHT

NUAPADA-FIGHT Photograph: (OTV)

ବାପା ପଡ଼ିଥିଲେ ରୋଗ ଶଯ୍ୟାରେ, ପଚାରିଲାନି ବିଜେଡି ।  ସହଯୋଗ ଦୂରେ ଥାଉ, ଆହା ପଦେ କହିଲେନି ନବୀନ ଯେଉଁଥିପାଇଁ ସେ ଦଳରୁ ମୁହଁ ଫେରାଇଲି" ।
ନିର୍ବାଚନୀ ସଭାରେ ଭାଷଣ ବେଳେ ପ୍ରଥମ ଥର ପାଇଁ ଏମିତି ମନର ବ୍ୟଥା ବଖାଣିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। କହିଛନ୍ତି ଯେଉଁ ନେତା ପାର୍ଟି ପାଇଁ ଜୀବନ ସାରା ସମର୍ପିତ ଥିଲେ ତାଙ୍କୁ ଦଳର ନେତା ନା ଫୋନ କଲେ ନା ସହଯୋଗ। ଏମିତିକି ବାପାଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକକୁ ପୁଅ ହୋଇ ବି ମତେ ଡକା ଯାଇନଥିଲା। ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସ୍ବପ୍ନ ପୂରଣ ପାଇଁ ବିଜେପିକୁ ଆସିଲି ବୋଲି କହିଛନ୍ତି ଜୟ। ଯାହାକୁ ନେଇ ସରଗରମ ନୂଆପଡ଼ା ରାଜନୀତି। ହେଲେ ବିଜେଡି ଜୟଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି।... 

Advertisment

ଏହାରି ଭିତରେ ବିଜେପିର ପ୍ରଚାର ଜୋର ଧରିଛି ନୂଆପଡ଼ାରେ। ଦୁଇ ଦିନ ଧରି ନୂଆପଡ଼ାରେ ରହି ଦଳ ପାଇଁ ମାରାଥନ କ୍ୟାମ୍ପେନିଂ ଚଳାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା। ପ୍ରାର୍ଥୀ ଜୟ ଢୋଲକିଆ, ବସନ୍ତ ପଣ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନେଇ, ଚାଏ ପେ ଚର୍ଚ୍ଚା, ରୋଡ ସୋ ଓ ସାଧାରଣ ସଭା କରି ପ୍ରଚାରର ମଙ୍ଗ ଧରିଛନ୍ତି ବୈଜୟନ୍ତ।...

ଏପଟେ ବିଜେଡି ପାଇଁ କାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ଦଳ ମୁଖିଆ ନବୀନ ପଟ୍ଟନାୟକ। କୋମନାରେ ସାଧାରଣ ସଭା କରି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଏଥିପାଇଁ ବଡ଼ ତୟାରିରେ ବିଜେଡି। ତେବେ ନବୀନଗସ୍ତକୁ ନେଇ ବିଜେଡି-ବିଜେପି କଥା କଟାକଟି ବି ତେଜିଛି। କଣ୍ଟାବାଞ୍ଜି ଭଳି ନବୀନ ନୂଆପଡ଼ାରେ ପ୍ରତ୍ୟାଖ୍ୟାତ ହେବେ ବୋଲି କହିଛି ବିଜେପି। ଅନ୍ୟପଟେ କଂଗ୍ରେସ ମଧ୍ୟ ଆଜି ନୂଆପଡ଼ାରୁ ଖରିଆର ପର୍ଯ୍ୟନ୍ତ ବାଇକ୍ ରାଲି କରି ପ୍ରଚାରକୁ ଜୋରଦାର୍ କରିଛି। ଆସନ୍ତା 7 ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନୂଆପଡ଼ା ଆସି କଂଗ୍ରେସ ପ୍ରଚାରକୁ ଗତି ଦେବେ। 

ନୂଆପଡ଼ା ଦଖଲ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଜୋରଦାର୍ କସରତ ଚଳାଇଥିବା ବେଳେ ଭୋଟରଙ୍କ ମୁଡ୍ କୁଆଡେ ଯାଉଚି ତାକୁ ଅପେକ୍ଷା।

Advertisment
Advertisment