Advertisment

Nuapada Bypoll: ନୂଆପଡା ଉପନିର୍ବାଚନ ମଇଦାନରେ ବିଗ୍ ଫାଇଟ୍

ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଶୋଭାଯାତ୍ରାରେ ସାମିଲ ହେବେ ରାଜ୍ୟ ସଭାପତି ମନମୋହନ ସାମଲ। ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବି ଦାଖଲ କରିବେ ନାମାଙ୍କନ।

Nuapada

Nuapada Photograph: (OTV)

Advertisment

ନୂଆପଡା ଉପନିର୍ବାଚନ ମଇଦାନରେ ବିଗ୍ ଫାଇଟ୍। ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀ ଏହି ଶୋଭାଯାତ୍ରାରେ ସାମିଲ ହେବେ। ସକାଳ ସାଢ଼େ ୧୦ଟାରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ଏକ ମିଶ୍ରଣ ପର୍ବ ଆୟୋଜିତ ହେବ। 
ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି ନାମାଙ୍କନପତ୍ର ଦାଖଲ କରିବେ। ଦିନ ୧୧ଟାରେ ଏକ ବିଶାଳ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସ୍ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିବେ ଘାସିରାମ । ତାଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏବଂ କିଛି ବିଧାୟକ ଓ କର୍ମୀ ଉପସ୍ଥିତ ରହିବେ । ସେହିପରି ଆସନ୍ତା ୨୦ ତାରିଖରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀପତ୍ର ଦାଖଲ କରିବେ ଦଳ ପକ୍ଷରୁ ସୂଚନା ମିଳିଛି ।

Advertisment
Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ