Advertisment

Sanae Takaichi Wins Snap Election: ତାକାଇଚିଙ୍କ ବୃହତ୍ ବିଜୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶ୍ବନେତାଙ୍କ ଅଭିନନ୍ଦନ

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମେଣ୍ଟର ବୃହତ୍ ବିଜୟ। ଶୀତକାଳୀନ ନିର୍ବାଚନରେ ନିମ୍ନ ସଦନରେ ଐତିହାସିକ ବହୁମତ ହାସଲ। ୨୩୩ ମ୍ୟାଜିକ୍ ନମ୍ବରରୁ ବହୁ ଆଗରେ ତାକାଇଚିଙ୍କ ମେଣ୍ଟ।

Japan PM

Japan PM Photograph: (OTV)

Advertisment

ଜାପାନର ସାଧାରଣ ନିର୍ବାଚନରେ ବୃହତ୍ ବିଜୟ ହାସଲ କରିଛି ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମେଣ୍ଟ। ତାକାଇଚିଙ୍କ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ନିମ୍ନ ସଦନର ୪୬୫ ଆସନରୁ ଏକୁଟିଆ ୨୩୫ରୁ ଅଧିକ ଆସନ ଜିତିଛି। 

Advertisment

ସଂଖ୍ୟା ଗରିଷ୍ଠତା ପାଇଁ ତାଙ୍କ ମେଣ୍ଟକୁ ୨୩୩ ଆସନ ଆବଶ୍ୟକ ଥିବା ବେଳେ ତାକାଇଚିଙ୍କ ଦଳ ଜାପାନ ଇନୋଭେସନ୍ ପାର୍ଟି ସହିତ ମେଣ୍ଟ କରି ବୃହତ ବିଜୟ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ନିର୍ବାଚନରେ ତାକାଇଚିଙ୍କ ବୃହତ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। 

ଏକ୍ସରେ ଏକ ପୋଷ୍ଟ କରି ମୋଦି ଲେଖିଛନ୍ତି, ଆପଣଙ୍କର ଦକ୍ଷ ନେତୃତ୍ୱରେ ଭାରତ-ଜାପାନର ବନ୍ଧୁତା ଶୀର୍ଘ ଛୁଇଁବ ବୋଲି ମୋର ବିଶ୍ୱାସ। ଆମେରିକା ରାଷ୍ଟ୍ରାପତି, ଇଟାଲି ପ୍ରଧାନମନ୍ତ୍ରୀ ପ୍ରମୁଖ ବିଶ୍ବର ବହୁ ନେତା ତାକାଇଚିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Advertisment

Japan Prime Minister Sanae Takaichi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ