Advertisment

Bangladesh Elections: ବାଂଲାଦେଶ ନିର୍ବାଚନ; ତାରିକ ରହମାନଙ୍କ ଦମଦାର ବିଜୟ, ଫଳାପଳ ଉପରେ ସାରା ବିଶ୍ୱର ନଜର

ବାଂଲାଦେଶ ସାଧାରଣ ନିର୍ବାଚନ ଭୋଟ ଗଣତି। BNP ମୁଖ୍ୟ ତାରିକ ରହମାନଙ୍କ ଦମଦାର ବିଜୟ। ଦୁଇ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବାଜିମାତ। ୫୦ରୁ ଅଧିକ ସିଟରେ BNP ଆଗୁଆ।

Bangladesh Election

Bangladesh Election Photograph: (OTV)

Advertisment

ବାଂଲାଦେଶର ସାଧାରଣ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିର ଦମଦାର ପ୍ରତ୍ୟାବର୍ତ୍ତନ। ଦଳର ମୁଖିଆ ତାରିକ ରହମାନ ଲଢିଥିବା ଉଭୟ ଆସନରେ ବିଜୟୀ ହୋଇଛନ୍ତି। ବାଂଲାଦେଶରେ ତ୍ରୟୋଦଶ ସଂସଦ ନିର୍ବାଚନର ଗଣତି ଜାରି ରହିଛି। 

Advertisment

ତାରିକ ରହମାନ ଉଭୟ ଢାକା ଏବଂ ବୋଗୁରା ଆସନ ଜିତିଛନ୍ତି। BNP ଅନେକ ଆସନରେ ଆଗୁଆ ଥିବା ଦେଖାଯାଇଛି। BNP ୧୧୫ ରୁ ଅଧିକ ଆସନରେ ଆଗୁଆ ଥିବାବେଳେ ଜମାତ-ଏ-ଇସଲାମି ୩୮ ଆସନରେ ଆଗୁଆ ରହିଛି। ମୋଟ ୨୯୯ ଆସନରେ ଭୋଟ୍ ହୋଇଥିଲା ଓ ଗୋଟିଏ ଆସନ ବାତିଲ ହୋଇଥିଲା। ଭୋଟଦାନ ପ୍ରାୟ ୫୫ ପ୍ରତିଶତ ଥିଲା।

୨୦୨୪ରେ ଶେଖ ହାସିନାଙ୍କ ସରକାରର ପତନ ପରେ ପ୍ରଥମ ଥର ପାଇଁ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଲଣ୍ଡନରୁ ଫେରିଥିବା ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି ତାରିକ ରହମାନ। 

Advertisment

ତାରିକ ରହମାନ ୨୦୦୮ ମସିହାରୁ ଲଣ୍ଡନରେ ରହୁଥିଲେ ଏବଂ ଗତ ଡିସେମ୍ବରରେ ମାଆ ଖାଲିଦା ଜିଆଙ୍କ ମୃତ୍ୟୁ ପରେ ସେ ଫେରି ଆସିଥିଲେ। ଆଜି ଭୋଟଗଣତି ଫଲାଫଳ ସ୍ପଷ୍ଟ ହେବା ସମ୍ଭାବନା ରହିଛି। ଶେଖ ହାସିନାଙ୍କ ସରକାରର ପତନର ପ୍ରାୟ ଦେଢ଼ ବର୍ଷ ପରେ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଛି।

Bangladesh Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ