Advertisment

Snehangini Chhuria: ନୂଆପଡ଼ା ପାଇଁ ‘ବକରୀ’ ବନିନାହାନ୍ତି ତ ସ୍ନେହାଙ୍ଗିନୀ ?

ସ୍ନେହାଙ୍ଗିନୀ ନୂଆପଡ଼ାର ପ୍ରାର୍ଥୀ। ବୁଧବାର ଦିନ ନବୀନ ନୂଆପଡ଼ା ପାଇଁ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ଘୋଷଣା କରିଛନ୍ତି। ଆଉ ତା’କୁ ନେଇ ଏବେ ଖାଲି ଚାଲିଛି ନିର୍ବାଚନୀ ଚର୍ଚ୍ଚା।

Nuapada-By-Election-Snehangini-Entry-PKG

Nuapada-By-Election-Snehangini-Entry Photograph: (OTV)

Advertisment

ମାମୁ ଘର ‘ବାଘ ଗପ’ ଶୁଣାଉଛି ବିଜେଡି (BJD)ନୂଆପଡ଼ା ପାଇଁ ‘ବକରୀ’ ବନିନାହାନ୍ତି ତ ଭାଣିଜୀ ? ବରଗଡ଼ରେ ଘର, ଏବେ ସ୍ନେହାଙ୍ଗିନୀ ନୂଆପଡ଼ାର ପ୍ରାର୍ଥୀ । ବୁଧବାର ଦିନ ନବୀନ ନୂଆପଡ଼ା ପାଇଁ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ଘୋଷଣା କରିଛନ୍ତି । ଆଉ ତା’କୁ ନେଇ ଏବେ ଖାଲି ଚାଲିଛି ନିର୍ବାଚନୀ ଚର୍ଚ୍ଚା । ନାରୀନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ କହିବା ପରି ଦିଲ୍ଲୀରେ କୁଆଡେ କହ୍ନେଇ ଡିଲ୍ କରିଛନ୍ତି । ଯଦି ଡିଲ୍ ସତ ହୁଏ ତା’ ହେଲେ ସ୍ନେହାଙ୍ଗିନୀଙ୍କୁ ବକରୀ କରି ନୂଆପଡ଼ାକୁ ପଠାଇନି ତ ବିଜେଡି ? କାରଣ ନୂଆପଡ଼ାରେ ବିଜେଡିର ପୁଳା ପୁଳା ଆଶାୟୀ । ସେମାନଙ୍କର ବି ବେଶ୍ ଭଲ ସଂଗଠନ ରହିଛି । ରେସରେ ୩ ଦମଦାର ନେତା ବି ରହିଥିଲେ । ଯାହାଙ୍କୁ ନେଇ କୋର୍ କମିଟି ରିପୋର୍ଟ ଦେଇଥିଲା । ତଥାପି ନବୀନ ସେମାନଙ୍କ ଉପରେ ଭରସା ନକରି ସ୍ନେହାଙ୍ଗିନୀଙ୍କୁ ଟିକେଟ୍ ଦେବା ଦଳ ପାଇଁ କିଛି ଅନ୍ୟ ଦିଗକୁ ସୂଚାଉଥିବା କୁହାଯାଉଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ମଧ୍ୟ ବଡ଼ ଇସ୍ୟୁ କଲାଣି । ବିଜେଡିର ଜିଲ୍ଳା ବାହାର ପ୍ରାର୍ଥୀ ପ୍ରସଙ୍ଗରେ ନୂଆପଡ଼ାର ମଞ୍ଚ ଉପରୁ କମ୍ପିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 
ଅତାବିରାରୁ ଦୁଇ ଦୁଇ ଥର ବିଧାୟିକା ହୋଇସାରିଥିଲେ ସ୍ନେହାଙ୍ଗିନୀ । ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ହେଲେ ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ୨୮,୯୧୦ ଭୋଟ୍‌ ବ୍ୟବଧାନରେ ସ୍ନେହାଙ୍ଗିନୀଙ୍କୁ ହାରର ସ୍ବାଦ ଚାଖିବାକୁ ପଡ଼ିଛି । ନିଜ ନିର୍ବାଚନ ମଣ୍ଡଳିରେ ଦୁଇ ଥର ବିଧାୟିକା ହୋଇସାରିଥିଲେ ବି ଏଥର ନିଜ ଗଡ଼ ସମ୍ଭାଳି ପାରିନାହାନ୍ତି ସ୍ନେହାଙ୍ଗିନୀ । ଏପରି ସମୟରେ ନବୀନ ପୁଣି ତାଙ୍କୁ ନୂଆପଡ଼ା ଦାୟିତ୍ବ ଦେଇଛନ୍ତି । ସେପଟେ ବିଜେଡି ଉପସଭାତି ଦେବୀ ମିଶ୍ର ସ୍ନେହାଙ୍ଗିନୀଙ୍କ ଭୋଟ୍ ବ୍ୟାଙ୍କକୁ ନେଇ ସ୍ନେହାଙ୍ଗିନୀଙ୍କ ମାମୁ ଘର ଥିବା କାହାଣୀ କହିଛନ୍ତି । ତା’ଛଡ଼ା ସ୍ନେହାଙ୍ଗିନୀ ବି କହିଛନ୍ତି, ମୁଁ ନୂଆପଡ଼ାବାସୀଙ୍କ ହୋଇସାରିଛି । 
ନୂଆପଡ଼ା ପାଇଁ ବିଜେଡିର ମହିଳା କାର୍ଡ । ଆଉ ଲୋକଙ୍କ ପାଇଁ ଏ ମାମୁ ଘର କାହାଣୀ ଏବେ ଖୁବ୍ ଚର୍ଚ୍ଚାରେ । ତେବେ ଏଠି ପ୍ରଶ୍ନ ଉଠୁଛି, କାମ କରିବ ତ ବିଜେଡିର ମାମୁ ଘର ଫନ୍ଦି ? ଜିତି ପାରିବେ ତ ସ୍ନେହାଙ୍ଗିନୀ ? ନା ନବୀନଙ୍କୁ ଭାରି ପଡ଼ିବ ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଚୟନ ? ନୂଆପଡ଼ାରେ କଂଗ୍ରେସ ତା’ର ପୁରୁଣା ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ରିପିଟ୍ କରିଛି । ବିଜେପି ବି ଗୋଟି ଚଳାଇ ଜୟ ଢୋଲକିଆଙ୍କୁ ଦଳରେ ସାମିଲ୍ କରି ପ୍ରାର୍ଥୀ ଦେଇଛି । ଆଉ ବିଜେଡି ମହିଳା କାର୍ଡ ଖେଳିଥିଲେ ବି ବରଗଡ଼ରୁ ନେଇ ନୂଆପଡ଼ାରୁ ଛିଡ଼ା କରିଥିବା ସ୍ନେହାଙ୍ଗିନୀଙ୍କୁ ନେଇ କର୍ମୀ ଆଦୈ ଉତ୍ସାହିତ ନଥିବା ଚର୍ଚ୍ଚା ହେଉଛି ।  

Advertisment

ଅଧିକ ଦେଖନ୍ତୁ:

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ