MANOJ-MISHRA-BJD Photograph: (OTV)
ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡ଼ା ପ୍ରାର୍ଥୀ । ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବାବେଳେ କେବଳ ଘୋଷଣା ବାକିଥିବା ସୂଚନା ମିଳିଛି । ମନୋଜ ମିଶ୍ରଙ୍କ ନାଁରେ ମୋହର ମାଜିଥିବା ସୂଚନା ମିଳିଛି । ବିଜେଡିର ପୂର୍ବତନ ନୂଆପଡ଼ା ଜିଲ୍ଲା ସଭାପତି ହେଉଛନ୍ତି ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନେ ସେ ବିଜେଡିର ସାଧାରଣ ସଂପାଦକ ଭାବେ ଦାୟିତ୍ବ ତୁଲାଉଛନ୍ତି ।
ପୂର୍ବରୁ କୋମନା ବ୍ଲକର ଦୁଇଥର ଅଧ୍ୟକ୍ଷ ହୋଇଥିଲେ ମନୋଜ । ଜୟ ଢୋଲକିଆ ଝଟକା ଦେବାପରେ ମନୋଜଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଗତକାଲି ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି । ସନ୍ଧ୍ୟା ସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/manoj-mishra-bjd-2025-10-14-10-55-00.jpg)