ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ (NMML) ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି ବୋଲି କହିଛନ୍ତି (NMML)ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।
Published By: Otv Khabar Bureau
Last updated: 14 April 2022, 09:25 AM IST
ପ୍ରଧାମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ମ୍ୟୁଜିୟମଟି ଦେଶର ପ୍ରଧାନମନ୍ତ୍ରମାନଙ୍କ ଅବଦାନକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପନା କରିବ ।
ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ମୂଖ୍ୟ ଶାସନ ତଥା ୧୯୬୭ ମସିହାରେ ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ନୃପେନ୍ଦ୍ର ମିଶ୍ରା କହିଛନ୍ତି କି ଆଜିଠାରୁ ଏହି ସଂଗ୍ରହାଳୟ ଖୋଲାଯିବ ।
ଏହି ମ୍ୟୁଜିୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ମନମୋହନ ସିଂଙ୍କ ସମେତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କର ଜୀବନୀ, କାର୍ଯ୍ୟ ଓ ପ୍ରଚେଷ୍ଟା ଆଦିକୁ ପ୍ରଦର୍ଶିତ କରାଯାଇଛି ।
ଦେଶ ଗଠନରେ ଜବାହାରଲାଲ ନେହେରୁଙ୍କ ଭୂମିକାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ନେହେରୁଙ୍କ ସମ୍ପର୍କିତ ଅନେକ ବିଷୟବସ୍ତୁକୁ ମ୍ୟୁଜିୟମରେ ପ୍ରଦର୍ଶିତ କରାଯାଇଛି ।
ଏହି ମ୍ୟୁଜିୟମକୁ ଅଧିକ ବିସ୍ତୃତ ଭାବରେ ବିକାଶିତ କରାଯିବାର ଯୋଜନା କରାଯାଉଛି ବୋଲି ନହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ (NMML)ର ଅଧ୍ୟକ୍ଷ କହିଛନ୍ତି ।
ଏନେଇ ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ, ୧୯୪୭ ମସିହାରୁ ଦେଶର ଗଣତନ୍ତ୍ର ବିକାଶରେ ଯାହା ସବୁ ଘଟିଛି ସେହିସବୁକୁ ପ୍ରଧାମନ୍ତ୍ରୀ ସଂଗ୍ରହାଳୟରେ ପ୍ରଦର୍ଶିତ କରାଇଛି । ତେବେ ଦେଶ ତଥା ଦେଶବାସୀ ଏନେଇ ଉପକୃତ ହେବା ଆଶାରେ ଏଭଳି ପଦକ୍ଷେପ ନିଆଯାଇଛି ।
ଏହି ମ୍ୟୁଜିୟମ ଦ୍ୱାରା ଦେଶର ପ୍ରତିଟି ପ୍ରଧାନମନ୍ତ୍ରମାନଙ୍କ ଭୂମିକା ଓ ଅବଦାନକୁ ପ୍ରଦର୍ଶିତ କରାଯାଇଛି...