ଯାଯାବରର ଅର୍ଥ ଯାହାଙ୍କ ଠିକଣା ନଥାଏ। ତାହାଲେ ଏମାନେ କଣ ଯାଯାବର ? ଆପଣ ହଁ କହିପାରନ୍ତି... କାହିଁକିନା କୁଆଡେ ଯାଆନ୍ତି, କୁଆଡେ ରୁହନ୍ତି ଠିକଣା ନଥାଏ। ରାସ୍ତା କଡ଼ରେ ଲୁହାରେ ତିଆରି ଘର ସାମଗ୍ରୀ ବିକ୍ରି କରିବା ଏମାନଙ୍କ କାମ। ବୋଧହୁଏ ଏମାନଙ୍କ ପରିଶ୍ରମ ହିଁ ଏମାନଙ୍କ ପରିଚୟ...
Published By: Chandan Shishu
Last updated: 06 January 2023, 12:46 PM IST
ପେଟ ପୋଷିବାକୁ ବୟସର ଅର୍ଥ ନଥାଏ, ସବୁ କଷ୍ଟକୁ ପଛରେ ପକାଇ କରିବାକୁ ହୁଏ ଝାଳବୁହା ପରିଶ୍ରମ
ପ୍ରଚଣ୍ଡ ନିଆଁରେ ତିଆରି କୁରାଢୀ, କୋଦାଳ କଟୁରୀ ପରି ଅନେକ ଘର ସାମଗ୍ରୀ
ଆଗରେ ବ୍ୟବସାୟ... ଭିତରେ ପ୍ରେମ ଓ ପରିବାର। ଏକାଠି ହୋଇ ପେଟ ପୋଷିବାର ଯେଉଁ କଳା ଏମାନଙ୍କଠୁ ହିଁ ଶିଖିବାକୁ ପଡ଼ିବ।
ବାପା ମାଙ୍କ ହାଡ଼ଭଙ୍ଗା ପରିଶ୍ରମକୁ ଦେଖୁଛି କଅଁଳା ଓ ନିଷ୍ପାପ କୁନି ଝିଅ...
କାମରୁ ଟିକିଏ ଫୁରସତ୍ ମିଳିଲା, କୁନି ଛୁଆକୁ ଝୁଲାରେ ଗେହ୍ଲା କରି ଶୁଆଇ ଦେଉଛି ମାଆ...
ଏହି ସାମଗ୍ରୀର ମୂଲ୍ୟକୁ ପଚାରି ବୁଝୁଛନ୍ତି ଗ୍ରାହକ