ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...
Published By: Prasan Subudhi
Last updated: 16 August 2022, 04:00 PM IST
କଟକ ଜିଲ୍ଲାର ବଡ଼ମ୍ବା ନିକଟସ୍ଥ ସିଂହନାଥ ପୀଠ ପାଣି ଘେରରେ...
ଆଠଗଡ଼ ପାଖ ନିଧିପୁର ଗଡ଼ାରେ ଏକ କାର୍ ପ୍ରବଳ ବନ୍ୟାରେ ଫସି ରହିଛି। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରୁଛନ୍ତି।
ବନ୍ୟାର ତୃତୀୟ ଦିନରେ ବି କଟକ ଜିଲ୍ଲାର ମା’ ଭଟ୍ଟାରିକାଙ୍କ ମନ୍ଦିର ପାଣିରେ ବୁଡ଼ି ରହିଛି। ଠାକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ବନ୍ୟା ପାଇଁ ଭଜନ କୀର୍ତ୍ତନ ସବୁ ବନ୍ଦ। ମା’ ଭଟ୍ଟାରିକାଙ୍କ ମନ୍ଦିରର ଭଜନ ମଣ୍ଡପ ପାଣିରେ ବୁଡ଼ି ଯାଇଛି।
ସବୁଠି ଦେଶ ପ୍ରେମ...ବନ୍ୟା ଦାଉରୁ ମୁକୁଳିବାକୁ ଏଇ ଛାତ ଏବେ ଭରସା। ଆଉ ସେଇ ଭରସା ଭିତରେ ତ୍ରିରଙ୍ଗା ବି ଉଡୁଚି।