କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।
Published By: Prasan Subudhi
Last updated: 23 August 2022, 04:38 PM IST
ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ? ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କଣାସ ଅଞ୍ଚଳର। ଲୋକେ ରନ୍ଧା ଖାଦ୍ୟ ଆଣିବାକୁ ପାଣିରେ ପଶି ଯାଉଛନ୍ତି।
ଏବେ ଏଇ ବନ୍ଧ ହିଁ ଆମର ବନ୍ଧୁ...ଏ ଦୃଶ୍ୟ ହେଉଛି ଜଳେଶ୍ୱରର। ଘରୁ ବନ୍ୟା ପାଣି ଖସୁନି। ଲୋକେ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି।
ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରିର। ପାଣି କମିବା ପରେ ଲୋକେ ଘରକୁ ଫେରିଲେଣି। କିନ୍ତୁ ଏବେ ବି ଜଳବନ୍ଦୀ।
ବନ୍ୟା ଯେତେ ଦାଉ ସାଧିଲେ ବି ଗଜାନନଙ୍କୁ ଆବାହନ କରିବାକୁ ପଡ଼ିବ। ମୂର୍ତ୍ତି ନିର୍ମାଣରେ ନିମଗ୍ନ ଶିଳ୍ପୀ। ଏ ଦୃଶ୍ୟ ହେଉଛି ଚୌଦ୍ୱାର ଅଞ୍ଚଳର।
କେବଳ ପୁରୁଷ ନୁହଁନ୍ତି, ମହିଳା ଶିଳ୍ପୀ ବି ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ।