କେଉଁଠି ନଈ ପାର ହେବାକୁ ପୋଲ ନାହିଁ ତ ଆଉ କେଉଁଠି ବନ୍ୟା ପାଣିରେ ଧାନଗଛ ସବୁ ପଚି ଗଲାଣି। ଖାଲି ସେତିକି ନୁହେଁ, ୟା ସହ ଦେଖିବା ନକଲି ସାଧୁଙ୍କ ଅସଲି କାରନାମା।
Published By: Prasan Subudhi
Last updated: 03 September 2022, 04:55 PM IST
ପୋଲ ନାହିଁ, ଭରା ନଈ ପାର ହେବାକୁ ଏଇ ହୁଲିଡଙ୍ଗା ହିଁ ଭରସା। ଏ ହେଉଛି ବାଲିଗୁଡ଼ା ଦେଇ ଯାଇଥିବା ଖଡ୍ଗ ନଦୀର ଦୃଶ୍ୟ। ଡାକପଦର ଓ ମହାସିଂ ପଞ୍ଚାୟତର ଲୋକେ ବର୍ଷ ସାରା ଏମିତି ହିଁ ନଈ ପାର ହୁଅନ୍ତି।
ଏ ଦୃଶ୍ୟ ବି ଦେଖନ୍ତୁ...ପ୍ରଖର ସୁଅ କାଟି ଡଙ୍ଗାକୁ ସଂଭାଳିବା ସତରେ ମୁସ୍କିଲ୍।
ବନ୍ୟା ସିନା ଛାଡ଼ିଗଲା, ଚାଷୀ ମନରେ କିନ୍ତୁ ଅନେକ ଆଘାତ ଦେଇଗଲା। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର। ପାଣି ଛାଡ଼ି ଯିବା ପରେ ଧାନଗଛର ଅବସ୍ଥା ଏବେ ଏମିତି।
ନକଲି ସାଧୁ, ଏମାନଙ୍କ କାରନାମା କିନ୍ତୁ ଫୁଲ୍ ଅସଲି। ଏମାନେ ଗଂଜାମ ଜିଲ୍ଲାରେ ଗାଁ ଗାଁ ବୁଲି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଛନ୍ତି।
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିପଥ ଯୋଜନା ପାଇଁ ପ୍ରାକ୍ ତାଲିମ ଦିଆଯାଉଛି।