ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।
Published By: Prasan Subudhi
Last updated: 26 August 2022, 04:20 PM IST
ଅଳିଆ ପଡୁଛି, କିନ୍ତୁ ଉଠେଇବାକୁ କେହି ନାହାଁନ୍ତି। ଏ ଦୃଶ୍ୟ ହେଉଛି ବରଗଡ଼ କେନାଲ୍ ରୋଡ୍ ଅଞ୍ଚଳର।
ଅଳିଆ ବିନ୍ ଭର୍ତ୍ତି ହୋଇ ରାସ୍ତାରେ ଗଦା ହେଲାଣି। ଅସରାଏ ବର୍ଷା ହେଲେ ଗନ୍ଧରେ ନାକ ଫାଟି ପଡୁଛି। ଦୃଶ୍ୟ ଝାରପଡ଼ା କେନାଲ ରୋଡ୍ର।
ଇଏ ହେଉଛି ରାମେଶ୍ୱର ପାଟଣା ରାସ୍ତା। ରାସ୍ତାରେ ଟାଇଲ୍ ପଡ଼ିଛି। ଶହ ଶହ ଲୋକଙ୍କ ଯାତାୟତ ଏପଟେ । କିନ୍ତୁ ଅଳିଆ ପଡ଼ି ପଡ଼ି ରାସ୍ତାର ଚେହେରା ବଦଳିଗଲାଣି।
ଜରି ଗୋଟାଳିଙ୍କ କଚେ ପୁଅ ବାର। ଦିନ ଦିନ ଧରି ଅଳିଆ ପଡ଼ି ରହୁଛି। ଯେତେ ଗୋଟେଇଲେ ବି ଷ୍ଟକ୍ ସରୁନି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏ ଦୃଶ୍ୟ ଏବେ ସବୁଦିନିଆ।
ଯୋଉଠି ଅଳିଆ ସେଇଠି କୁକୁର। ଏ ଦୃଶ୍ୟ ରାଜଧାନୀ ଲୁଇସ୍ ରୋଡ୍ ଅଞ୍ଚଳର।