ବନ୍ୟା ଛାଡ଼ିଗଲାଣି। ଲୋକେ ବି ଘର ବାହୁଡ଼ା ହେଲେଣି। କିନ୍ତୁ ବନ୍ୟା ପରର ଦୃଶ୍ୟ ଏବେ ବି ହୃଦୟ ବିଦାରକ। କୋଉଠି ବିପଜ୍ଜନକ ଭାବେ ଲୋକେ ଭଙ୍ଗା ପୋଲ ପାର ହେଉଛନ୍ତି ତ ଆଉ କୋଉଠି ପାଣିରେ ବୁଡ଼ିଥିବା ଧାନ ବିଲରୁ ଚାଷୀଟିଏ ଧାନ ଗଛକୁ ଅଣ୍ଡାଳି ହଉଚି।
Published By: Prasan Subudhi
Last updated: 25 August 2022, 04:00 PM IST
ଯେମିତି ହେଲେ ଯିବାକୁ ତ ପଡ଼ିବ : ଏ ଦୃଶ୍ୟ ହେଉଛି ବାଲିଗୁଡ଼ାର। ଲୋକେ କାଠଗଣ୍ଡି ପକାଇ ବିପଜ୍ଜନକ ଭାବେ ପୋଲ ପାର ହେଉଛନ୍ତି।
ଏ ଦୃଶ୍ୟ ବି ଦେଖନ୍ତୁ, ଲୋକଟି ସାଇକେଲ ଧରି କେମିତି ଅବସ୍ଥାରେ କାଠଗଣ୍ଡି ଉପରେ ଆସୁଛନ୍ତି।
ଆଉ ଉପାୟ କ’ଣ...ଏବେ ଭଙ୍ଗାଘର ସଜାଡ଼ିବାର ବେଳ...। ବନ୍ୟା ପରେ ବାଙ୍କୀ ଅଞ୍ଚଳର ଦୃଶ୍ୟ ଏବେ ଏମିତି।
ବନ୍ୟା ସିନା ଛାଡ଼ିଗଲାଣି, ଜଳେଶ୍ୱର ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ଏବେ ବି ପାଣି ଜମି ରହିଛି।
ଚାଷୀଟିଏ ପାଣିରେ ବୁଡ଼ିଥିବା ଜମିରୁ ଧାନଗଛ କାଢ଼ି ଦେଖାଉଛି। ବର୍ଷଯାକର ଝାଳବୁହା ଶ୍ରମ ଏଇ ପାଣିରେ ହିଁ ମିଳେଇଗଲା।