ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର। ତେବେ ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଏହାର ନାଁ ରହିଛି ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ।
Published By: Sonali Ojha
Last updated: 18 September 2024, 01:29 PM IST
ଆସନ୍ତାବର୍ଷ ଫେବୃଆରୀରେ ଅନ୍ତରୀକ୍ଷରୁ ଫେରିବେ ସୁନୀତା ୱିଲିୟମ୍ସ ଏବଂ ବ୍ରୁଚ ୱିଲମୋର
ଆସନ୍ତା ସେପ୍ଟେମ୍ୱର ୨୪ରେ ଲଞ୍ଚ ହେବ ମିଶନ୍ କ୍ରୁ-୯। ଏହି ମିଶନ ଯୋଗେ ପୃଥିବୀ ଫେରିବେ ସୁନୀତା।
ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲକୁ ବାଛିଛି NASA
ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ବିଶ୍ୱର ପ୍ରଥମ ଘରୋଇ ସ୍ପେଶକ୍ରାଫ୍ଟ ଯାହା ମହାକାଶଚାରୀଙ୍କୁ ଅନ୍ତରୀକ୍ଷ ନେଇଥାଏ
ଏହାର ୨୧୦ଦିନ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ରହିବାର କ୍ଷମତା ରହିଛି
ଡ୍ରାଗନ୍ କ୍ରୁ କ୍ୟାପସୁଲର ଉଚ୍ଚତା ୧୫ ଫୁଟ । କ୍ୟାପସୁଲର ଭିତରର ବ୍ୟାସ ୧୩ ଫୁଟ ଏବଂ ମୋଟେଇ ୧୨ଫୁଟ ।