ଗୁରୁ ସମ୍ମାନର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ଆଜି ବି ସେଇ ପରମ୍ପରା ବଂଚିଛି। ଏମିତି ଅନେକ ଗୁରୁ ଅଛନ୍ତି ଯୋଉମାନଙ୍କ ତ୍ୟାଗ ପାଇଁ ଆଜି ଛାତ୍ରସମାଜକୁ ନୂଆ ଦିଗ୍ଦର୍ଶନ ମିଳିଛି।
Published By: Prasan Subudhi
Last updated: 05 September 2022, 06:24 PM IST
ଓଡ଼ିଶାର ବରେଣ୍ୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ସମ୍ମାନ ଗ୍ରହଣ କରୁଛନ୍ତି।
ଏ ଗୁରୁ ଜଣେ ଦିବ୍ୟାଙ୍ଗ। ନାଁ ଶ୍ରୀନାଥ ମୁର୍ମୁ। ପିଲାଙ୍କୁ ମାଗଣାରେ ପାଠ ପଢ଼ାନ୍ତି। ଘର ମୟୂରଭଞ୍ଜ ଜିଲ୍ଲାର କୁସୁମଘାଟୀ ଗାଁ। ଏ ଗୁରୁଙ୍କର ନିଜ ଗୋଡ଼ରେ ଛିଡ଼ା ହେବାର ଶକ୍ତି ନାହିଁ, କିନ୍ତୁ ପିଲାଙ୍କ ପାଠପଢ଼ା ସମୟ ଆସିଲେ ଶତସିଂହର ବଳ ପାଇଯାଆନ୍ତି ଯେମିତି। ଆଜି ଗୁରୁ ଦିବସରେ ତାଙ୍କ ହାତଗଢ଼ା ଛାତ୍ରମାନେ ସମ୍ମାନ ଜଣେଇବାକୁ ଆସିଛନ୍ତି।
ଖାଲି ପାଠ ନୁହେଁ, ସଂଗୀତ ସାଧନାରେ ବି ଗୁରୁଙ୍କ ନିଶା କାହିଁରେ କ’ଣ। ଟିକିଏ ଫୁରୁସତ୍ ମିଳିଲେ ପିଲାଙ୍କୁ ସଂଗୀତ ଶୁଣେଇବାକୁ ବସିଯାଆନ୍ତି।
ପିଲାଙ୍କୁ ପାଠ ପଢ଼େଇବାକୁ ଘର ଖଣ୍ଡେ କରିପାରିନାହାଁନ୍ତି ଶ୍ରୀନାଥ ସାର୍। ଯୋଉଠି ଜାଗା ମିଳିଲା ସେଇଠି ବସିଯାଆନ୍ତି ପାଠ ପଢ଼େଇବାକୁ ।
ପଦ୍ମଶ୍ରୀ ଡି.ପ୍ରକାଶ ରାଓ। ଚା’ ଦୋକାନ କରି ସେଇ ରୋଜଗାରରୁ କଟକରେ ସ୍କୁଲ୍ଟିଏ ତିଆରି କରିଥିଲେ । ତାଙ୍କ ଅବର୍ତ୍ତମାନରେ ଆଜି ଗୁରୁଦିବସରେ ଛାତ୍ରମାନେ ଗୁରୁ ପୂଜନ ପରମ୍ପରାକୁ ଜାରି ରଖିଛନ୍ତି।
ଏଇମାନେ ହେଉଛନ୍ତି ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନାର ଭବିଷ୍ୟତ। ଆଜି ଗୁରୁଦିବସରେ ସମସ୍ତେ ଏକାଠି ହୋଇଛନ୍ତି।