ମହା ଶିବରାତ୍ରୀରେ ଆଜି ଭକ୍ତିମୟ ପରିବେଶ। ରାଜ୍ୟର ସବୁ ଶୈବପୀଠରେ ଲାଗିଛି ଗହଳି ଚହଳି। ବିଶେଷ କରି ପ୍ରଭୁ ଲିଙ୍ଗରାଜ, ଲୋକନାଥ, କପିଳାସ, ଧବଳେଶ୍ୱର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।
Published By: Prasan Subudhi
Last updated: 18 February 2023, 03:48 PM IST
ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ଲାଗିଛି ଗହଳି। ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ।
ଧବଳେଶ୍ୱର ପୀଠ ଯିବାକୁ ଝୁଲାପୋଲ ଓ ନୌକାଯାତ୍ରାରେ କଟକଣା ଲାଗିଥିବାରୁ ଭକ୍ତମାନେ ପ୍ରଶାସନ ପକ୍ଷରୁ ତିଆରି ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଛନ୍ତି।
ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ଆଜି ସକାଳୁ ଆରମ୍ଭ ହୋଇଥିଲା ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପବିତ୍ର ମହା ଶିବରାତ୍ରୀ ପାଇଁ ଭଦ୍ରକ ଆଖଣ୍ଡଳମଣି ମନ୍ଦିର ସୁସଜ୍ଜିତ। ବାବାଙ୍କ ଦର୍ଶନ ପାଇଁ ଭକ୍ତମାନେ ବାହାରେ ଭିଡ଼ ଲଗାଇଛନ୍ତି।
ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଭିଡ଼ ଲାଗି ରହେ।