ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଥିବା ମୁକ୍ତାକାଶ ରଂଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ। ୩୩ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ ହୋଇଯାଇଛି।
Published By: Chandan Shishu
Last updated: 02 December 2022, 11:38 PM IST
ବେଳାଭୂମିରେ ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ ହୋଇଯାଇଛି ।
ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ମନମୁଗ୍ଧ କରିଥିଲା ପାରମ୍ପରିକ ନୃତ୍ୟ
ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା ଓଡିଶୀ ଶୈଳୀରେ ପ୍ରଭୁ ଶ୍ରୀରାମଙ୍କ ଲୀଳାକୁ ଜୀବନ୍ତ ଭାବେ ପରିବେଷଣ କରିଥିଲେ
୫ ଦିନ ଵ୍ୟାପୀ ଆୟୋଜିତ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଶିଳ୍ପୀମାନେ ସେମାନଙ୍କ ଭିନ୍ନ ଭିନ୍ନ କଳା ନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି।
ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷଣ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ କଲା ମନ୍ତ୍ରମୁଗ୍ଧ