ହାତରେ ସମୟ ନାହିଁ। ଆଉ କେଇ ଘଣ୍ଟା ସମୟ ବିତିଗଲେ ଆସିବ ମହାର୍ଘ୍ୟ ମୁହୂର୍ତ୍ତ। ସେଥିପାଇଁ ତ ଚଳଚଞ୍ଚଳ ଜଗନ୍ନାଥ ଧାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ଶେଷ ସ୍ପର୍ଶ ଦେଉଛି କାରିଗର।
Published By: Chandan Shishu
Last updated: 28 June 2022, 05:36 PM IST
ବଡ଼ଦାଣ୍ଡରେ ଠିଆ ହେଲେଣି ରଥ, ଅନେଇ ରହିଛି ଶ୍ରୀମନ୍ଦିର
ରଙ୍ଗତୁଳୀରେ କାରିଗର ଶେଷ ସ୍ପର୍ଶ
ରଥ କାମ ସରିବା ଉପରେ, ଶେଷ ପର୍ଯ୍ୟାୟରେ କାମ କରୁଛନ୍ତି ରଥ ମହାରଣା
ତିନିରଥର ପାର୍ଶ୍ଵ ଦେବତାଙ୍କୁ ରଥ ସହ ସଂଯୋଗ ହୋଇଛି। ହାତିଆଳ ମାଳ ଏବଂ କଣ ବତାଗୁଡିକ ସେଟିଙ୍ଗ କରାଯାଇ କଣ୍ଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି ।
ତିନିରଥର ଘୋଡା ସେଟିଙ୍ଗ ପାଇଁ ଜୁଆଳି ଏବଂ ଇଶ ନିର୍ମାଣ ଶେଷ ହୋଇଛି।