/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998194.jpg)
sai pallavi alleged relationship with married actor
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998194.jpg)
1/5
୨୦୧୫ ମସିହାରେ ମାଲାୟାଲମ୍ ଫିଲ୍ମ 'ପ୍ରେମମ୍'ରୁ କ୍ୟାରିଅର୍ ଆରମ୍ଭ କରିଥିବା ୩୨ ବର୍ଷୀୟ ଅଭିନେତ୍ରୀ ସାଇ ପଲ୍ଲଭୀ ତାଙ୍କ ପ୍ରେମ ସମ୍ପର୍କ ପାଇଁ ଏବେ ହେଡ୍ଲାଇନ୍ରେ ଅଛନ୍ତି। 'ଫିଦା', 'କାଲୀ', 'ମାରି ୨', 'ଅଥିରାନ୍' ଭଳି ଅନେକ ଫିଲ୍ମ ସହିତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ଜଣେ ବିବାହିତ ଅଭିନେତାଙ୍କୁ ହୃଦୟ ଦେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998235.jpg)
2/5
ସେ ଏହି ଅଭିନେତାଙ୍କ ସହ ଗୁପଚୁପ୍ କଥା ହେଉଛନ୍ତି ବୋଲି କୁହାଯାଉଛି। ଏହି ଖବର ସାମ୍ନାକୁ ଆସିବା ପରେ ସାଇ ପଲ୍ଲଭୀଙ୍କ ବ୍ୟକ୍ତିଗତ ଜୀବନ ପଦାରେ ପଡିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998267.jpg)
3/5
ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ତାଙ୍କଠାରୁ ବହୁତ ବଡ ଜଣେ ବିବାହିତ ଅଭିନେତାଙ୍କୁ ଡେଟ୍ କରୁଛନ୍ତି। ସେ ଖାଲି ବିବାହିତ ନୁହନ୍ତି, ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ତାଙ୍କ ନାଁ ଏବେ ସାମ୍ନାଙ୍କୁ ଆସିନି। ତେବେ ଏହି ଖବର ନିଶ୍ଚିତ ଭାବରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998308.jpg)
4/5
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗୁଜବ ବଜାର ଗରମ ହୋଇଛି। ଏହାପୂର୍ବରୁ ମଧ୍ୟ ତାଙ୍କ ନାଁ ବିବାହିତ ଅଭିନେତାମାନଙ୍କ ସହ ଜଡିତ ହୋଇଛି, ଯାହାକୁ ତାଙ୍କ ପ୍ରଶଂସକମନେ ବିଶ୍ୱାସ କରିବା କଷ୍ଟକର।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721998339.jpg)
5/5
ତେବେ କ୍ରମାଗତ ଗୁଜବ ସତ୍ତ୍ୱେ ସାଇ ପଲ୍ଲଭୀଙ୍କ ପ୍ରଶଂସକମାନେ ଏହି ଖବରକୁ ମିଥ୍ୟା କହି ତାଙ୍କୁ ରକ୍ଷା କରୁଛନ୍ତି। ଅଦ୍ୟାବଧି ଅଭିନେତ୍ରୀ କିମ୍ବା ତାଙ୍କ ଟିମ୍ ଏହି ରିପୋର୍ଟଗୁଡିକ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)