ମୁମ୍ବାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ ରିଏଲିଟି ଟିଭି ତାରକା ତଥା ବିଲେନିୟର୍ କିମ୍ କର୍ଦାଶିଆନ୍ ଏବଂ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ ଯୋଗଦେଇ ଖୁବ ଉପଭୋଗ କରିଥିଲେ। ଏହି ସମୟରେ କିମ୍ଙ୍କୁ ଭାରତୀୟ ଲୁକ୍ରେ ଦେଖିବାକୁ ମିଳିଥିଲା। ସେ ନାକ ନୋଥ ପିନ୍ଧିଥିବା ଏବଂ ମଥାମଣି ଏବଂ ଟିକା ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ କିମ୍ ଅନନ୍ତ ଏବଂ ରାଧିକାଙ୍କ ବିବାହରୁ ତାଙ୍କର କିଛି ସୁନ୍ଦର ଚିତ୍ର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
Published By: Pramod Behera
Last updated: 15 July 2024, 06:23 PM IST
ଭାରତୀୟ ଲୁକ୍ରେ ଆମେରିକାନ୍ କଳାକାର କିମ୍ କର୍ଦାଶିଆନ୍
କିମ ସୋମବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନନ୍ତ ଏବଂ ରାଧିକାଙ୍କର ବିବାହ ସମାରୋହର ଦ୍ୱିତୀୟ ଦିନରୁ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କିମ୍ ବିବାହ ହଲରେ ପୋଜ୍ ଦେଉଥିବା ଦେଖିବାକୁ ମିଳେ। ଏହି ସମୟରେ ସମସ୍ତଙ୍କ ଆଖି କିମ୍ଙ୍କ ଉପରେ ଲାଖିଥିବା ଜଣାପଡେ।
ପୋଜ୍ ଦେବା ବେଳେ କିମ ବହୁତ ସୁନ୍ଦର ଲାଲ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଏହା ସହିତ ମୁଣ୍ଡରେ ଏକ ଦୁପାଟା ମଧ୍ୟ ପକେଇଛନ୍ତି। କିମ୍ ତାଙ୍କ ଚୁଟିକୁ ଖୋଲା ରଖିଛନ୍ତି ଏବଂ ଏହି ସମୟରେ ତାଙ୍କୁ ଚମତ୍କାର ଲାଲ୍ ପୋଷାକ ସହିତ ସୁନ୍ଦର ଏମ୍ରେଲ୍ଡ ଅଳଙ୍କାର ସହିତ ଦେଖିବାକୁ ମିଳେ।
ଏହି ଫଟୋରେ କିମ୍ ଈଶା ଅମ୍ବାନୀଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ କିମ୍ ନ୍ୟୁ ୱେଡ ରାଧିକା ଏବଂ ଅନନ୍ତଙ୍କ ସହ କଥାରେ ବ୍ୟସ୍ତ ଥିବା ଦେଖାଯାଆନ୍ତି।
ଅନ୍ୟ ଏକ ପୋଜ୍ରେ କିମ୍ ଏହି ଲାଲ୍ ପୋଷାକରେ ତାଙ୍କ ଟୋନ୍ଡ ଫିଗର୍କୁ ପ୍ରଦର୍ଶନ କରୁଛନ୍ତି। ଆଉ ଏକ ଫଟୋରେ କିମ୍ଙ୍କୁ ତାଙ୍କ ଡିଜାଇନର୍ ତାଙ୍କ ମୁଣ୍ଡରେ ଡୁପାଟା ସେଟ୍ କରୁଥିବା ଦେଖିବାକୁ ମିଳେ।
କିମ୍ କର୍ଦାଶିଆନ୍ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ଙ୍କ ସହ ମଧ୍ୟ ପୋଜ୍ ଦେଇଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ନିଆଁ ଲଗାଉଛି। ଏହି ଛବିଗୁଡିକ ଶେୟାର କରିବାବେଳେ କିମ୍ କ୍ୟାପ୍ସନ୍ରେ ଭାରତ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଭାରତରେ ମୋର ହୃଦୟ ରହିଗଲା”।