ବଲିଉଡ୍ର ହଟ୍ ଅଭିନେତ୍ରୀ ଦିଶା ପାଟନୀ ପୁଣି ଥରେ ନିଜର ଷ୍ଟାଇଲିସ୍ ଲୁକ୍ ସହ ସୋସିଆଲ ମିଡିଆରେ ହେଡ୍ଲାଇନ୍ ସୃଷ୍ଟି କରିଛନ୍ତି। ଦିଶା ଏହି ଫଟୋ ପୋଷ୍ଟ କରିବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଏହା ଏକ ବିରାଟ କ୍ରେଜ୍ ହୋଇଯାଇଛି। ଖୁବ୍ କମ ସମୟ ମଧ୍ୟରେ ତାଙ୍କ ପୋଷ୍ଟରେ ହଜାର ହଜାର ପସନ୍ଦ ଏବଂ ମତ ମିଳିଛି।
Published By: Pramod Behera
Last updated: 11 October 2024, 04:50 PM IST
ଦିଶା ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଏହି ସିଜ୍ଲିଙ୍ଗ୍ ପୋଷ୍ଟ୍ ଶେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଦିଶା ଏକ ଝିଲିମିଲି ପୋଷାକ ପିନ୍ଧିଛନ୍ତି ଆଉ ଚୁଟିକୁ ପଛ ପଟେ ବାନ୍ଧିଛନ୍ତି।
ଦିଶା ଏକ ଆକାଶିଆ ରଙ୍ଗର ଡିପ୍ ନେକ୍ ବଡିକନ୍ ଡ୍ରେସ୍ ପିନ୍ଧିଛନ୍ତି। ଏଥିରେ ତାଙ୍କର ଗୋଟିଏ ଗୋଡ ଜଙ୍ଘ ଠାରୁ ବାହାରକୁ ଦେଖାଯାଉଛି, ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ଆକର୍ଷଣ କରୁଛି।
ଅଭିନେତ୍ରୀ ହାଲୁକା ମେକଅପ୍ ନେଇଥିବା ବେଳେ ଡ୍ରେସ୍କୁ ମ୍ୟାଚିଂ କରିବା ଭଳି କାନଫୁଲ ପିନ୍ଧିଛନ୍ତି। ତାଙ୍କର ଭିଭିନ୍ନ ପୋଜ୍ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢାଇଦେଇଛି।
ସୋସିଆଲ୍ ମିଡିଆରେ ନିଜର ଫଟୋ ଓ ଭିଡିଓ ମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦିଶା ତାଙ୍କର ଏହି ଘାତକ ଲୁକ୍ରେ ପ୍ରଶଂସକଙ୍କୁ ପାଗଳ କରିଦେଇଛନ୍ତି।
ଖାଲି ଏହି ଫଟୋ ନୁହେଁ, ପୂର୍ବରୁ ଦିଶା ଏକ ବ୍ରା ସହିତ ଫଟୋ ପୋଷ୍ଟ କରି ଇଣ୍ଟର୍ନେଟ୍ ପାରା ବଢେଇଦେଇଥିଲେ। ତାଙ୍କର ଏହି ଫଟୋ ଲୋକଙ୍କୁ ଦିବାନା କରିଦେଇଥିଲା। ତାଙ୍କର ଏହି ହଟ୍ନେସ୍ ଆଉ ଗ୍ଲାମର୍କୁ ଲୋକେ ଖୁବ୍ ପସନ୍ଦ କରିଥିଲେ।