<strong>ରାଉରକେଲା:</strong> ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଫଳରେ ପୂରା ହସ୍ପିଟାଲ ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିଛନ୍ତି।
ଏହି ଅଗ୍ନିକାଣ୍ଡରେ ଏକ ୬ ଦିନର ଶିଶୁର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ତାକୁ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।
Published By: Odishatv Bureau
Last updated: 17 February 2018, 07:02 AM IST
ଅଢେଇ ବର୍ଷର ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ମାଆ ଫେରାର । ଦିବ୍ୟାଙ୍ଗ ଝିଅକୁ ଲାଳନ ପାଳନ କରିବାକୁ ସରକାରଙ୍କ ନିକଟରେ ଅସହାୟ ବାପାର ଗୁହାରୀ