ପ୍ରସାରଣ- ଶନିବାର ଦିନ ୧.୩୦

ଉପସ୍ଥାପିକା- ରୋଜାଲିନ୍ ମିଶ୍ର

ଭାରତର କଳା, ସଂସ୍କୃତି, ଐତିହ୍ୟକୁ ବିସ୍ତୃତ ରୂପେ ପରିବେଷଣ କରିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ଦର୍ଶକଙ୍କୁ ଅବଗତ କରାଇବା ଦେଶମୋର ରଙ୍ଗିଲାର ଉଦ୍ଦେଶ୍ୟ । ଆମ ଦେଶ ସତରେ କେତେ ରଙ୍ଗରେ ରଙ୍ଗିନ୍ ତାହା ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖାଇଥାଉ । ମନ୍ଦିର, ମସଜିଦ୍, ଗୀର୍ଜା ସବୁକିଛି ସ୍ଥାନ ପାଏ । ଦେଶମୋର ରଙ୍ଗିଲାର କାର୍ଯ୍ୟକ୍ରମ ଭାରତର ସୁନ୍ଦର ସବୁଜିମା, ନଦନଦୀ, ଝରଣା, ଆକାଶ, ପାହାଡ଼, ସଂସ୍କୃତି, ପୂଜା ପାର୍ବଣ, ଯାନିଯାତ୍ରା ସବୁଥିରେ ଭରି ରହିଥାଏ ଭିନ୍ନ ମହକ ଓ ସ୍ବତନ୍ତ୍ରତାର ରଙ୍ଗ ଆଉ ସେଇ ରଙ୍ଗର ସମିଶ୍ରଣରେ ଆମ ଦେଶ କିପରି ରଙ୍ଗିନ୍ ହୋଇଛି ତାହା ସମସ୍ତଙ୍କୁ ଜଣାଇବା ଆମର ଲକ୍ଷ୍ୟ । Updates