Advertisment

ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ଲାଭ ଦାୟକ ଏହି ପତ୍ର

ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର…

author-image
Dibakar Sahoo
ଅଦ୍ୟତନ ହୋଇଛି
ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ଲାଭ ଦାୟକ ଏହି ପତ୍ର

3

ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ।

Advertisment

ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର କରିଥାନ୍ତି। ଯେମିତି କି କେହି କେହି ମେଥି ଶାଗ ଓ ଆଳୁର ତରକାରୀ ପ୍ରସ୍ତୁତ କରିଥାନ୍ତି ବା ମେଥିର ପରଟା କରି ଖାଇବାକୁ ଭଲ ପାଇଥାନ୍ତି। ଏହାଛଡ଼ା କିଛି ଲୋକ ମେଥି ଶାଗଭଜା ଖାଇବାକୁ ମଧ୍ୟ ଭଲପାଆନ୍ତି।

ମେଥିର ମଞ୍ଜି ଯେମିତି ଶରୀର ପାଇଁ ଲାଭଦାୟକ, ଏହାର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ। ଆସନ୍ତୁ ଜାଣିବା ଏହି ପତ୍ରକୁ କାହିଁକି ଖାଦ୍ୟ ଥାଳିରେ ସାମିଲ୍‌ କରିବା ଦରକାର।

Advertisment

publive-image

ମଧୁମେହ ପାଇଁ ଉପକାରୀ- ମେଥି ପତ୍ର ଉଭୟ ଟାଇପ୍ ୧ଏବଂ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ମେଥି ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବଢ଼ାଉଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇବର ଯୋଗୁ ହଜମ ପକ୍ରିୟା ଧୀର ହୋଇଥାଏ, ଯେଉଁ କାରଣରୁ ଶରୀରରେ ସୁଗାରର ଅବଶୋଷଣ ଶୀଘ୍ର ହୋଇନଥାଏ। ତେଣୁ ମଧୁମେହ ରୋଗୀମାନେ ମେଥି ପତ୍ରରେ ପ୍ରସ୍ତୁତ ସବ୍‌ଜି ଖାଇବା ଉଚିତ୍‌।

କୋଲେଷ୍ଟ୍ରଲ୍‌ କମ୍‌ କରିଥାଏ-ମେଥି ପତ୍ର ଖାଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରଲ୍‌ର ଅବଶୋଷଣ କମ୍‌ କରିଥାଏ। ଏହା ସହ ଯକୃତରେ ମଧ୍ୟ କୋଲେଷ୍ଟ୍ରଲ୍ ହେବାଠୁ ଏହା ରକ୍ଷା କରିଥାଏ। ମଧୁମେହ ରୋଗୀଙ୍କ atherosclerosis ରୋଗ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ ଅଟେ। କିଛି ଅଧ୍ୟୟନରୁ ଜଣାପଡ଼ିଛି, ମେଥି ପତ୍ର ଶରୀରରେ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି ଏବଂ ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ କରିଥାଏ।

publive-image

ହାର୍ଟ ରୋଗ ପାଇଁ ଲାଭ ଦାୟକ:ମେଥିର ମଞ୍ଜି ବା ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ରୋଗୀ ଉପକୃତ ହୋଇଥାନ୍ତି। ମେଥି କୋଲେଷ୍ଟ୍ରଲ୍‌ କମ୍‌ କରୁଥିବାରୁ ଏହା ଶରୀର ପାଇଁ ଲାଭଦାୟକ।

ମେଥିପତ୍ର ଜଡ଼ି ବୁଟି ଭଳି କାମ କରିଥାଏ, ଯାହାକି ହାର୍ଟ ଆଟାକ୍‌ ଏବଂ ହାର୍ଟ ଷ୍ଟ୍ରୋକ୍‌ ସମୟରେ ରକ୍ତକୁ ଜମାଟ ବାନ୍ଧିବାକୁ ଦେଇନଥାଏ।

Advertisment
Advertisment