/odishatv-khabar/media/post_attachments/uploadimage/library/16_9/16_9_0/wife-2_1626690575.jpg)
wife
ନୂଆଦିଲ୍ଲୀ : ଜଣାଶୁଣା ସାଇକେଲ୍ କଂପାନୀ ଆଟଲସ୍ର ମାଲିକ ସଂଜୟ କପୁରଙ୍କ ପତ୍ନୀ ନତାଶା କପୁର ଆତ୍ମହତ୍ୟା କରିଛନ୍ତି । ରହସ୍ୟଜନକ ଭାବେ ତାଙ୍କର ମୃତଦେହ ନିଜ ବେଡ୍ରୁମ୍ରୁ ଉଦ୍ଧାର ହୋଇଛି ।
ଦିଲ୍ଲୀ ପୁଲିସ୍ ପ୍ରାଥମିକ ଯାଂଚରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି । ଖବର ଅନୁସାରେ , ଯେଉଁ ଘରେ ନତାଶା କପୁରଙ୍କ ମୃତଦେହ ଝୁଲିଥିଲା , ସେଠାର କବାଟ ଖୋଲାଥିଲା । ଯେଉଁଥିପାଇଁ ପୁଲିସ୍କୁ ଏହା ସନ୍ଦେହ ଜନକ ମନେହୋଇଛି ଏବଂ ଘଟଣାର ଅନେକ ଦିଗକୁ ନେଇ ଯାଂଚ ପ୍ରକ୍ରିୟା ଚାଲୁ ରଖିଛି ।
ଉଲ୍ଲେଖନୀୟ ଯେ, ଗତ ମଙ୍ଗଳବାର ଦ୍ୱିପହର ୩ଟା ବେଳେ ପୁଲିସ୍ ଏହି ଘଟଣା ବିଷୟରେ ଖବର ପାଇଥିଲା। ଏହାପରେ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଶବକୁ ପୋଷ୍ଟମର୍ଟମ ପାଇଁ ଦିଲ୍ଲୀର RML ହସ୍ପିଟାଲକୁ ପଠାଇଥିଲା । ଏହାପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ବୁଧବାର ଲୋଧି ରୋଡ୍ସ୍ଥିତ ଶ୍ମଶାନରେ ନତାଶାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଦିଲ୍ଲୀର ଔରଙ୍ଗଜେବ୍ ଲେନ୍ରେ ଥିବା ଏକ କୋଠାରେ ନତାଶାଙ୍କର ଶବ ଫ୍ୟାନ୍ରେ ଝୁଲି ଥିବାର ମିଳିଥିବା । ପୁଲିସ୍ ଘଟଣା ସ୍ଥଳରୁ ଏକ ସୁଇସାଇଡାଲ୍ ନୋଟ୍ ଜବତ କରିଛି। ଯେଉଁଥିରେ ଲେଖା ହୋଇଛି କି, ସେ ନିଜର ଜୀବନକୁ ନେଇ ଖୁସି ନଥିଲେ । ପୁଲିସ୍ ଅଧିକାରୀଙ୍କ ଅନୁମାନ ନତାଶା ବୋଧ ହୁଏ ଆର୍ଥିକ ମାମଲାକୁ ନେଇ ଆତ୍ମହତ୍ୟା କରିଥାଇପାରନ୍ତି । ପୁଲିସ୍ ଏଇ ମାମଲାକୁ ଗୁରୁତର ସହ ନେଇ ଯାଂଚ ଚଳେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)