/odishatv-khabar/media/post_attachments/uploadimage/library/16_9/16_9_0/AIDS_1625056578.jpg)
AIDS
ଡିସେମ୍ବର ପହିଲାରେ ପାଳନ ହେଲା ବିଶ୍ୱ ଏଡସ ଦିବସ। ଚାରିଆଡ଼େ ସଚେତନତା କାର୍ଯ୍ୟକ୍ରମ ବି ହେଲା। ଲୋକେ ଅଳ୍ପ ବହୁତ ସଚେତନ ହେଲେ। କିନ୍ତୁ ଦୁଃଖର ବିଷୟ ହେଲା ଏଡ୍ସର ମୂଳୋତ୍ପାଟନ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରିପାରିନାହିଁ। ଏହି ଅପେକ୍ଷା ଦିନେ କି ଦୁଇ ଦିନର ନୁହେଁ, ଦୀର୍ଘ ୪୦ ବର୍ଷ ହେଲା ବାହାରିପାରିନି ଏଚଆଇଭି ପାଇଁ ଭ୍ୟାକସିନ୍। ଏଚଆଇଭିକୁ ପ୍ରତିହତ କରିବା ପାଇଁ ସେମିତି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିନାହିଁ। ଫଳସ୍ୱରୂପ ପ୍ରତିଦିନ କାହାର କାହାର ଜୀବନ ନେଉଛି ଏହି ଭୟଙ୍କର ରୋଗ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ଏବେ ଅନେକାଂଶରେ ଏଡ୍ସର ଚିକିତ୍ସା ଆଣ୍ଟି ରେଟ୍ରୋ ଭାଇରାଲ୍ ଥେରାପି ଏବଂ କିଛି ଔଷଧ ଦ୍ୱାରା ହୋଇପାରୁଛି। କିନ୍ତୁ ଏଡ୍ସର ମୂଳପୋଛ କରିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ।
୧୯୮୦ରେ ବୈଜ୍ଞାନିକମାନେ ପ୍ରଥମେ ଏହି ଭୂତାଣୁର ସନ୍ଧାନ ପାଇଥିଲେ। ଆଉ ଆଜି ୨୦୨୦ ସରିବାକୁ ବାହିରିଲାଣି। ଏଇ ୪୦ ବର୍ଷ ଭିତରେ ମଣିଷ ପାଖରେ ଏବେବି ଅପରାଜିତ ଏଡ୍ସ।
୧୯୮୪ରେ ଆମେରିକାର ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସ୍ ବିଭାଗ ଏଚଆଇଭି ଭ୍ୟାକସିନ୍ ମାତ୍ର ୨ ବର୍ଷ ଭିତରେ ବଜାରକୁ ଛାଡ଼ିବ ବୋଲି କହିଥିଲା; କିନ୍ତୁ ହୋଇପାରିଲା ନାହିଁ।
ପ୍ରଶ୍ନ ଉଠୁଛି କେଉଁ କାରଣ ପାଇଁ ଏଚଆଇଭି ଟିକା ବାହାର କରିବାରେ ଅସୁବିଧା ହେଉଛି, ଭିତ୍ତିଭୂମିର ନା ଦକ୍ଷ ବୈଜ୍ଞାନିକମାନଙ୍କର ଅଭାବ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)