Advertisment

ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍‌ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ  ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି […]

author-image
Mahasweta Baral
ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

marubhumi

ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍‌ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ  ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି ଉପତ୍ୟକାକୁ ବହୁ ପୂର୍ବରୁ ‘ମୃତ୍ୟୁର ଉପତ୍ୟକା’ କୁହାଯାଏ।

Advertisment

୧୯୭୨ ଜୁଲାଇ ୧୫ରେ ସେଠାକାର ତାପମାତ୍ରା ୮୯ଡିଗ୍ରୀ ସେଲସିୟସ ବୋଲି ଜଣାପଡିଥିଲା। ଯାହା ଜଳର ଉତ୍ତପ୍ତ ତାପମାତ୍ରା ଠାରୁ ୧୧ ଡିଗ୍ରୀ କମ୍‌ । ଏହି ଉପତ୍ୟକାଟି ଲମ୍ୱା କିନ୍ତୁ ସଂକୀର୍ଣ୍ଣ । ଉପତ୍ୟକାଟି ଉଚ୍ଚ ପର୍ବତ ଦ୍ୱାରା ଘେରି ରହିଛି। ଏପରିକି ରାତିରେ ମଧ୍ୟ ଏହାର ତାପମାତ୍ରା ୨୮ରୁ ୩୭ ଡିଗ୍ରୀ ମଧ୍ୟରେ ରହିଥାଏ।

ଡେଥ୍‌ ଭ୍ୟାଲିରେ ଏତେ ମାତ୍ରାରେ ଗରମ ହେବାର ଅନେକ କାରଣ ରହିଛି। ଏଠାରେ ବର୍ଷା ବହୁତ କମ୍‌ ହୋଇଥାଏ।  ପ୍ରଶାନ୍ତ ମହାସାଗରରୁ ପବନ ଏଠାରେ ପହଞ୍ଚିବା ବେଳକୁ ଏହାର ସମସ୍ତ ଆର୍ଦ୍ରତା ଅବଶୋଷିତ ହୋଇଯାଇଥାଏ। ସେଥିପାଇଁ ଏଠାରେ କେବଳ ଉଷ୍ମ ପବନ ହିଁ ପହଞ୍ଚିଥାଏ। ଉପତ୍ୟକାର ଉପରିଭାଗରେ ସୂର୍ଯ୍ୟଙ୍କ କିରଣ ଅତି ପ୍ରଖର। ଏହି ଉପତ୍ୟକା ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ତଳେ ଥିବାରୁ ଚାପ ଯୋଗୁ ବାୟୁ ଉତ୍ତପ୍ତ ହୋଇଯାଏ।  ଏହା ମଧ୍ୟ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି।

Advertisment

ଲିବିଆର ଅଲ ଅଜିଜିଆ ୯୦ ବର୍ଷ ଧରି ସର୍ବାଧିକ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରିଥିଲା। ଗିନିଜ ବୁକ୍‌ ଅଫ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଏଠାରେ ତାପମାତ୍ରା ୫୮ ଡିଗ୍ରୀ ସେଲସିୟସର ବୋଲି ଦାବି କରାଯାଇଥିଲା। ତେବେ ୨୦୧୨ରେ ବିଶ୍ୱ ପାଣିପାଗ ସଂଗଠନ ଏହାକୁ ଭୁଲ ପ୍ରମାଣିତ କରି ଡେଥ୍ ଭ୍ୟାଲିକୁ ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ବୋଲି ସୂଚନା ଦେଇଥିଲେ।

Advertisment
Advertisment