/odishatv-khabar/media/post_attachments/uploadimage/library/16_9/16_9_0/marraie-1_1626697044.jpg)
UP Prayagraj Man Marries Wooden Effigy
ଉତ୍ତରପ୍ରଦେଶ: ପିଲାଦିନେ କଣ୍ଢେଇ ସହିତ ମିଛିମିଛିକା ବାହାଘର ଖେଳ ଅନେକ ଖେଳିଥିବେ। କିନ୍ତୁ ସତରେ ଯଦି ଆପଣଙ୍କୁ କଣ୍ଢେଇ ସହିତ ବାହା ହେବାକୁ କୁହାଯିବ ତେବେ...। ଆପଣ ଭାବୁଥିବେ ଏ କେମିତି କା କଥା ମ ! ସେଇଟା ପିଲାଳିଆମି, ହେଲେ ବାସ୍ତବ ଜୀବନରେ କଣ ଏମିତି ହୁଏ ? ହଁ, ହେଇଛି, ବାସ୍ତବ ଜୀବନରେ ବି ଠିକ୍ ଏମିତି ହେଇଛି। ପୁଅ ବାହା ହେବ ବାହା ହେବ ବୋଲି ଜିଦ୍ ଧରିବାରୁ ବାପା ବୁଦ୍ଧି ଶିଖେଇବା ପାଇଁ ପୁଅକୁ କଣ୍ଢେଇ ସହିତ ବାହାଘର କରିଦେଇଛନ୍ତି। ଅଜବ ଧରଣର ବାହାଘରଟି ଘଟିଛି ପ୍ରୟାଗରାଜର ଭାଇଦପୁର ଗ୍ରାମରେ।
[caption id="attachment_188009" align="alignnone" width="750"]
Photo Credit:NDTV[/caption]
ସତସତିକା ବାହାଘରର ଭଳି ସବୁ ରୀତିନୀତି ହୋଇଛି। ବାହାଘରର ମଣ୍ଡପ, ବରଯାତ୍ରୀ, ଓ ବାହାଘରରେ ଆସିଥିବା ଅତିଥିମାନେ ବି ଭୋଜି ମଧ୍ୟ ଖାଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ପୁଅ କଣ୍ଢେଇ ସହିତ ସାତ ଫେରା ବି ବୁଲିଛି।
ବର ବାହା ହେଉଛି ପୁତ୍ତଳିକାକୁ। କଥାଟା କେତେ ଅଜବ ଲାଗୁଛି ନା ?
ଭାଇଦପୁର ଗାଁର ଶବ ମୋହନ ପାଲ, ଜଣେ ଅବସର ପ୍ରାପ୍ତ ରେଳ କର୍ମଚାରୀ। ତାଙ୍କର ୯ଟି ସନ୍ତାନ ଅଛନ୍ତି। ଶିବ ମୋହନ ଜଣେ ଶିକ୍ଷିତ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କ ସବୁ ପିଲାଙ୍କୁ ପଠା ପଢ଼ାଇ ଶିକ୍ଷିତ କରିବା ସହିତ ୮ ଜଣଙ୍କୁ ବାହା ବି କରାଇଛନ୍ତି। ସେମାନଙ୍କର ପିଲାପିଲି ବି ଅଛନ୍ତି। ହେଲେ ସାନ ପୁଅ ପଞ୍ଚରାଜ ଦୁର୍ବଳମାନସିକତାର ହୋଇଥିବାରୁ ସେ ପାଠ ପଢ଼ିଲା ନାହିଁ। ଅପାଠୁଆ ଓ ବେରୋଜଗାର ହୋଇଥିବାରୁ ତାକୁ କେହି ବାହା ହେବାକୁ ରାଜି ହେଲେନି।
କିନ୍ତୁ ସାନ ପୁଅର ଜିଦ୍ ଯେ ସେ ବାହା ହେବ। ଏଥିପାଇଁ ବାପା ଶିବ ମୋହନ ଅନେକ ଚେଷ୍ଟା କଲେ। ପୁଅ ପାଇଁ ବୋହୂ ଖୋଜିଲେ। କିନ୍ତୁ ପାତ୍ରି ମିଳିଲେ ତ ବାହାଘର ହେବ। ଶେଷରେ ଅନେକ ଚେଷ୍ଟା କରି ଅବୁଝା ପୁଅକୁ ଶିକ୍ଷା ଦେବାକୁ ଏକ ପୁତ୍ତଳିକା ସହ ତୋ ବାହାଘର କରିଦେବି ପଞ୍ଚରାଜକୁ କହିଲେ ଶିବ ମୋହନ। ଏକଥା ନିଜେ ଶିବ ମୋହନ ଗଣମାଧ୍ୟମକୁ କହିଛନ୍ତି।
ପଞ୍ଚରାଜ ମାନସିକସ୍ତରରେ ଦୁର୍ବଳ ଥିବାରୁ ସେ ମଧ୍ୟ ପୁତ୍ତଳିକାକୁ ବାହା ହେବାକୁ ରାଜି ହୋଇଲେ। ପରେ ପଞ୍ଚରାଜର ବାହାଘରର ଆୟୋଜନ କରାଗଲା। ବାହାଘର ଯେମିତି ହେବା କଥା ଠିକ୍ ସେହିଭଳି ରୀତିନୀତିରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ ହେଲା। ବନ୍ଧୁବାନ୍ଧବଙ୍କୁ ନିମତ୍ରଣ ମଧ୍ୟ କରାଗଲା। କିନ୍ତୁ ପଞ୍ଚରାଜ ପାଖରେ କନ୍ୟା ବଦଳରେ ବସିଥିଲା ଏକ ପୁତ୍ତଳିକା ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)