/odishatv-khabar/media/post_attachments/uploadimage/library/16_9/16_9_0/milk_1626686402.jpg)
milk
ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା। ଅଭିଯୋଗ ଅନୁଯାୟୀ, ଚୋପାନ ଅଂଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଚିକାଙ୍କୁ ଏକ ଲିଟର କ୍ଷୀର ଯୋଗାଇ ଦିଆଯାଇଥିଲା । ଆଉ ଏତିକି କ୍ଷୀରରେ ସମସ୍ତ ପିଲାଙ୍କୁ ଖାଦ୍ୟ ଯୋଗାଇ ଦେବାକୁ କଡ଼ା ନିର୍ଦ୍ଦେଶ ରହିଥିଲା । ପରିସ୍ଥିତିକୁ ଦେଖି ପାଚିକା ଜଣଙ୍କ ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇଥିଲେ। ଏହାପରେ ପାଣି ମିଶା କ୍ଷୀରକୁ ଉପସ୍ଥିତ ଥିବା ୮୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବେସିକ୍ ଏଜୁକେସନ ଅଫିସର ଗୋରେଖନାଥ ପଟେଲ୍ ଏହି ମାମଲାର ତଦନ୍ତ ଆଦେଶ ଦେଇଛନ୍ତି । ରିପୋର୍ଟ ମିଳିଲା ପରେ ଦୋଷୀ କର୍ମଚାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି , -“ ମିଡ୍ ଡେ ମିଲ୍ର ନିୟମ ଅନୁସାରେ , ପ୍ରତି ପିଲାକୁ ୧୫୦ମିଲିଲିଟର କ୍ଷାର ମିଳିବା ଉଚିତ୍ । ଯେତେବେଳେ ଆମେ ଏହି ଘଟଣା ବିଷୟରେ ଅବଗତ ହେଲି ତ ଆଉ ଅଧିକା କ୍ଷୀର ମଗାଇ ପିଲାଙ୍କୁ ଦେଇଥିଲୁ ।”
ଉଲ୍ଲେଖନୀୟ ଯେ , ପୂର୍ବରୁ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଏମିତି ଏକ ଘଟଣା ସାମନାକୁ ଆସିଥିଲା । ପିଲାଙ୍କୁ ମିଡ୍ ଡେ ମିଲ୍ରେ ରୁଟି ଓ ଲୁଣ ଖାଇବାକୁ ଦିଆଯାଇଥିଲା । ଆଉ ଏହାର ଭିଡ଼ିଓ ମଧ୍ୟ ଭାଇରାଲ୍ ହେଲା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)