/odishatv-khabar/media/post_attachments/uploadimage/library/16_9/16_9_0/helmet_1626690208.jpg)
helmet
ଭୋପାଳ : ଆମେ ସମସ୍ତେ ଜାଣିଛେ , ହେଲମେଟ୍ ବାଇକ୍ ଚଳେଇଲେ ହେଲମେଟ୍ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମୋଟର ଯାନ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଯେଉଁଥିରେ ହେଲମେଟ୍ ନପିନ୍ଧିଲେ ୧ ହଜାର ଟଙ୍କା ଜୋରିମନା ଦେବାକୁ ହେବ ଏବଂ ୩ମାସ ଯାଏ ଲାଇସେନ୍ସ ରଦ୍ଦ କରିଦିଆଯିବ । ଏସବୁ ସତ୍ତ୍ୱେ ଲୋକେ ହେଲମେଟ ପିନ୍ଧିବାର ନାଁ ଧରୁନାହାଁନ୍ତି । ନିୟମକୁ ଖୁଲମ ଖୁଲା ବେଖାତିର କରି ଗାଡ଼ି ଚଳାଇବାର ଦେଖିବାକୁ ମିଳୁଛି ।
ଏହାକୁ ଧ୍ୟାନରେ ରଖି ଟ୍ରାଫିକ୍ ପୁଲିସ୍ ନୂଆ ନୂଆ ତରିକା ଆପଣାଉଛନ୍ତି । ଗାଡ଼ି ଚାଳକଙ୍କୁ ହେଲମେଟ କିଣାଇବା ସହ ବଡ଼ ରକମର ଜୋରିମନାର ଭୟ ବି ଦେଖାଯାଉଛି । ସଚେତନତା ନେଇ ପୁଲିସ୍ ଲଡ଼ୁ ଓ ଟ୍ରଫି ଦେହବାର ଉଦାହରଣ ବି ଦେଖିବାକୁ ମିଳିଛି ।
ଏବେ ମଧ୍ୟ ପ୍ରଦେଶ ପୁଲିସ୍ ଏକ ସ୍ୱତନ୍ତ୍ର ତରିକା ଆପଣେଇବାକୁ ପ୍ରୟାସ କରିଛି । ଭୋପାଳରେ ଟ୍ରାଫିକ୍ ପୁଲିସ୍ ହେଲମେଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ପ୍ରବନ୍ଧ ଲେଖିବାକୁ କହୁଛି । କଣ ପାଇଁ ହେଲମେଟ୍ ପିନ୍ଧୁନ , ସେ ବିଷୟରେ ୧ଶହ ଶବ୍ଦରେ ଲେଖିବାକୁ ବାଧ୍ୟ କରାଯାଉଛି।
ସୂଚନା ମୁତାବକ, ପୁଲିସ୍ ଏକ ସପ୍ତାହ ଭିତରେ ୧୫୦ଲୋକଙ୍କ ଠାରୁ ୧୦୦ଶବ୍ଦର ପ୍ରବନ୍ଧ ଲେଖେଇସାରିଲାଣି । ଆଉ ଏହା ଏବା ଚର୍ଚ୍ଚାର ବିଷୟ ସାଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)