/odishatv-khabar/media/post_attachments/uploadimage/library/16_9/16_9_0/gogle_1626688549.jpg)
gogle
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି ।
ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨, ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ କରିଛନ୍ତି ।
ଖାଲି ଏତିକି ନୁହେଁ ଫିଲ୍ମ କବିର ସିଂ ଓ ଆଭେଞ୍ଜର୍ସ ଏମଡଗେସ୍ ଭଳି ଫିଲ୍ମକୁ ମଧ୍ୟ ଅଧିକ ମାତ୍ରାରେ ସର୍ଚ୍ଚ କରାଯାଇଛି । ଏଠାରେ ଆପଣଙ୍କୁ ନ୍ୟୁଜ୍ ଓ ସ୍ପୋର୍ଟ୍ସଠୁ ନେଇ ଗୁଗଲରେ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ଫିଲ୍ମର ଟପ୍ ୫ ଲିଷ୍ଟ ବିଷୟରେ ସୂଚନା ଦେଉଛୁ-
ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ-
ଭାରତରେ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ବିଷୟ ବସ୍ତୁ ମଧ୍ୟରେ କ୍ରିକେଟ୍ ୱଲର୍ଡ କପ୍ । ଏହାପରେ ଲୋକେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨, କବିର ସିଂ, ଆଭେଞ୍ଜର୍ସ ଏଣ୍ଡଗେମ୍ ଏବଂ ଆର୍ଟିକଲ୍ ୩୭୦ ଅଟେ ।
ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ନ୍ୟୁଜ୍ -
ଭାରତରେ ସବୁଠୁ ଅଧିକ ଲୋକ ସଭା ଫଳାଫଳ ବିଷୟକୁ ନେଇ ସର୍ଚ୍ଚ କରାଯାଇଛି । ଏହାପରେ ମିଶନ ଚନ୍ଦ୍ରୟାନ-୨, କଶ୍ମୀରରୁ ହଟାଯାଇଥିବା ଆର୍ଟିକଲ୍ ୩୭୦, ଭାରତ ସରକାରଙ୍କର ପିଏମ୍ କିଷାନ ଯୋଜନା। ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ବହୁ ସଂଖ୍ୟାରେ ସର୍ଚ୍ଚ କରାଯାଇଛି ।
ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱ -
ଯେଉଁ ଲୋକଙ୍କୁ ଗୁଗଲରେ ସର୍ଚ୍ଚ କରାଯାଇଛି , ସେମାନଙ୍କ ମଧ୍ୟରେ ସବୁଠୁ ଆଗର ଅଛନ୍ତି ଭାରତୀୟ ଏୟାରଫୋର୍ସର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ , ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ । ଏହା ବ୍ୟତୀତ ଲତା ମଙ୍ଗେସକର , ଯୁବରାଜ ସିଂ , ଆନନ୍ଦ କୁମାର ଓ ଭକି କୌଶଳଙ୍କୁ ମଧ୍ୟ ସର୍ଚ୍ଚ କରାଯାଇଛି ।
ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସ୍ପୋର୍ଟ୍ସ ଇଭେଣ୍ଟ –
ଗୁଗଲରେ ୨୦୧୯ରେ ସର୍ଚ୍ଚ କରାଯାଇଥିବା ଟପ୍ ସ୍ପୋର୍ଟ୍ସ ଇଭେଣ୍ଟ ମଧ୍ୟରେ କ୍ରିକେଟ୍ ୱର୍ଲ୍ଡ କପ୍, ପ୍ରୋ କବାଡ଼ି ଲିଗ୍ , ୱିବଲଡନ୍, କୋପା ଆମେରିକା ଓ ଅଷ୍ଟ୍ରେଲିଆନ୍ ଓପ୍ନ ରହିଛି ।
ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି what is….
ଲୋକେ ଯେକୌଣସି ଟପିକ୍କୁ ଆରମ୍ଭରୁ ବୁଝିବା ପାଇଁ ଏମିତି ସର୍ଚ୍ଚ କରିଥାନ୍ତି । ଭାରତୀୟ ୟୁଜର ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି – what is article 370, ଏହା ପରେ what is exit poll, what is black hole, what is howdy modi ଓ e-cigarette କୁ ବି ସର୍ଚ୍ଚ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)