Advertisment

କରୋନା କବ୍‌ଜାରୁ ପିଲାଙ୍କୁ କେମିତି ବଞ୍ଚାଇବେ ? ଜାଣିରଖନ୍ତୁ ଏଇ ଟିପ୍‌ସ୍‌

କରୋନା ଭୟ ସମସ୍ତଙ୍କୁ ଘାରିଛି। ଆବଶ୍ୟକ ନ ପଡିଲେ ଲୋକେ ଘରୁ ବାହାରୁ ନାହାନ୍ତି। ତେବେ କରୋନା ଲକ୍‌ଡାଉନ ସମୟରେ ଯଦି କିଏ ସବୁଠାରୁ ବେଶି କଷ୍ଟ ପାଉଥାନ୍ତି, ସେମାନେ ହେଉଛନ୍ତି ଛୋଟ ପିଲା। କାରଣ ବାପା-ମା’ କେବେ ବି ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦେବେନି। କେତେ ଘରେ ବସିବେ ? ସ୍କୁଲ, ଟିଉସନ୍ ବନ୍ଦ। ବାହାରେ ଖେଳକୁଦ ମନା। ସାଙ୍ଗମାନଙ୍କ ପାଖକୁ ଯିବାକୁ ବାରଣ । କେମିତି କଟିବ ସେମାନଙ୍କର ଦିନ ? ପିଲାମାନଙ୍କ […]

କରୋନା କବ୍‌ଜାରୁ ପିଲାଙ୍କୁ କେମିତି ବଞ୍ଚାଇବେ ? ଜାଣିରଖନ୍ତୁ ଏଇ ଟିପ୍‌ସ୍‌

How to Protect Children From Corona

Advertisment

ରୋନା ଭୟ ସମସ୍ତଙ୍କୁ ଘାରିଛି। ଆବଶ୍ୟକ ନ ପଡିଲେ ଲୋକେ ଘରୁ ବାହାରୁ ନାହାନ୍ତି। ତେବେ କରୋନା ଲକ୍‌ଡାଉନ ସମୟରେ ଯଦି କିଏ ସବୁଠାରୁ ବେଶି କଷ୍ଟ ପାଉଥାନ୍ତି, ସେମାନେ ହେଉଛନ୍ତି ଛୋଟ ପିଲା। କାରଣ ବାପା-ମା’ କେବେ ବି ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦେବେନି। କେତେ ଘରେ ବସିବେ ? ସ୍କୁଲ, ଟିଉସନ୍ ବନ୍ଦ। ବାହାରେ ଖେଳକୁଦ ମନା। ସାଙ୍ଗମାନଙ୍କ ପାଖକୁ ଯିବାକୁ ବାରଣ । କେମିତି କଟିବ ସେମାନଙ୍କର ଦିନ ?

Advertisment

ପିଲାମାନଙ୍କ କଷ୍ଟ ବୁଝିପାରିଲେ ବି ବାପା-ମା’ ନାଚାର। କାରଣ କରୋନା ସଂକ୍ରମଣର ଭୟ ବେଶି ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଖରେ ରହିଛି । ରୋଗ ପ୍ରତିରୋଧକ ଶକ୍ତି ଏମାନଙ୍କ ପାଖରେ କମ୍‌ ଥାଏ। ତେବେ ଏସବୁ ଭିତରେ ବି ପିଲାମାନଙ୍କ ପାଇଁ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ।

ତେଣୁ ଆମର ଦାୟିତ୍ୱ ହେଉଛି,  ଆଖପାଖରେ ଯଦି ବି କାହାକୁ କରୋନା ହୋଇଥାଏ, ତେବେ  ପିଲାଙ୍କୁ କିପରି ସୁରକ୍ଷା ଦେବ ?

Advertisment

publive-image

ୟୁନିସେଫ ୱେବସାଇଟ୍‌ରେ କୁହାଯାଇଛି, ଛୋଟ ତଥା କିଶୋର ବୟସର ପିଲାମାନଙ୍କ ପାଖରେ ଗତ କିଛି ଦିନ ତଳେ ଗମ୍ଭୀର ତଥା ଭିନ୍ନ ଧରଣର ମଲ୍‌ଟି ସିଷ୍ଟମ୍‌ ଇମ୍‌ଫ୍ଲାମେଟରୀ ସିନ୍ଡ୍ରୋମ୍‌ (Multisystem inflammatory syndrome )ଦେଖିବାକୁ ମିଳିଛି। ଏହାର କୋଭିଡ-୧୯ ସହ ସମ୍ପର୍କ ଥାଇପାରେ ବୋଲି କୁହାଯାଉଛି।

ଏହି ସବୁ ଲକ୍ଷଣ ଥିଲେ ରହିଛି କରୋନା ଭୟ

ପିଲାମାନଙ୍କୁ ଜ୍ୱର, ତାପାମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା, ଆଖି ଲାଲ୍‌ ବା ଗୋଲାପି ରଙ୍ଗର ହୋଇଯିବା, ଆଖି ଫୁଲିବା, ଓଠ, ଜିଭ, ହାତ ଏବଂ ପାଦରେ ଲାଲା ରଙ୍ଗର ଚିହ୍ନ ଦେଖା ଦେଲେ କରୋନା ସଂକ୍ରମଣର ଭୟ ରହିଛି।

Advertisment

publive-image

ଏହାବ୍ୟତୀତ ପିଲାଙ୍କ ପାଖରେ ହଜମ ଶକ୍ତିରେ ମଧ୍ୟ ସମସ୍ୟା ଦେଖାଦେବ। ରକ୍ତଚାପ ବା ବ୍ଲଡ ପ୍ରେସର କମିବ। ଶରୀରର ବିଭିନ୍ନ ସ୍ଥାନ ଫୁଲିବା ପରି ଦେଖାଯିବ । ଗତ କିଛି ମାସର ନୀରିକ୍ଷଣରୁ ଜଣାଯାଇଛି, ଯେଉଁପିଲାମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଦେଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନମୂନା ପଜିଟିଭ ଆସଛି। ଅବଶ୍ୟ ଏ ସମସ୍ତ ଯେ କରୋନାର ଲକ୍ଷଣ ସେ କଥା କୁହାଯାଇ ପାରିବ ନାହିଁ।

କରୋନା ସଂକ୍ରମିତ ପିଲାମାନଙ୍କ ପାଖରେ ଏହି ସବୁଲକ୍ଷଣ ବିଶେଷ କରି ଉତ୍ତର ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଦେଖିବାକୁ ମିଳୁଛି। ତେବେ ବିଶ୍ୱର ଅନ୍ୟ ଦେଶରେ ଶିଶୁଙ୍କଠାରେ ଏପରି ଲକ୍ଷଣ ଦେଖିବାକୁ ମିଳୁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ୟୁନିସେଫ ପକ୍ଷରୁ ସଚେତନ କରାଯାଇଛି, ଯଦି କୌଣସି ପିଲାଙ୍କ ପାଖରେ ଏପରି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଡାକ୍ତର ପରାମର୍ଶ କରିବା ଉଚିତ୍‌। ଯଦିଓ ପ୍ରାଥମିକ ସ୍ତରରେ ଏହି ରୋଗର ଯାଞ୍ଚ କରିବା ଖୁବ୍‌ କଷ୍ଟକର, ତେବେ ରୋଗକୁ ବଢାଇବା ତଥା ଶରୀରର ଫୁଲାପଣକୁ କମାଯାଇ ପାରିବ।  

ପିଲା ଯେତେ ଦୁଷ୍ଟ ହୁଅନ୍ତୁ ନା କାହିଁକି, ବଡମାନଙ୍କ ତୁଳନାରେ ସେମାନେ ଯେ କୌଣସି ନୂଆ ଜିନିଷକୁ ଶିଘ୍ର ଶିଖିଥାନ୍ତି ଏବଂ ବୁଝିପାରି ଥାନ୍ତି। ତେଣୁ ଛୋଟ ପିଲାମାନଙ୍କୁ କରୋନା ବିଷୟରେ ଭଲ ଭାବେ ବୁଝାଇବା ସହ ସଚେତନ କରାନ୍ତୁ।

ପିଲାଙ୍କୁ ଏସବୁ ବିଷୟରେ ନିଶ୍ଚୟ ସଚେତନ କରାନ୍ତୁ-

-ମାସ୍କ ପିନ୍ଧିବାର ଉପକାରିତା ବିଷୟରେ ବୁଝାନ୍ତୁ। ମାସ୍କ ଆମକୁ କେମିତି କରୋନାରୁ ରକ୍ଷା କରିପାରିବ ସେ ବିଷୟରେ ମଧ୍ୟ କୁହନ୍ତୁ।

-ଖାଇବା ପୂର୍ବରୁ ହାତ ଭଲ କରି ଧୋଇବା ଶିଖାନ୍ତୁ। ଏଥସହିତ ମୁହଁ ବା ଶରୀରର ଅନ୍ୟ ଅଂଶକୁ ଛୁଇବା ପୂର୍ବରୁ ହାତ ସାନିଟାଇଜ କରିବାକୁ କୁହନ୍ତୁ। ପିଲାଙ୍କୁ ନିଜ ପାଖରେ ରଖିବା ପାଇଁ ସାନିଟାଇଜର ଦିଅନ୍ତୁ, ଯାହାଦ୍ୱାରା ଆବଶ୍ୟକ ସ୍ଥାନରେ ସେମାନେ ଏହାର ବ୍ୟବହାର କରିପାରିବେ।

-ପିଲାମାନେ ଯଦି ଫାଷ୍ଟ ଫୁଡ ପାଇଁ ଜିଦ୍‌ କରୁଛନ୍ତି ତେବେ ଏହା ଦ୍ୱାରା କି କ୍ଷତି ହେବ ଏବଂ କରୋନା କିପରି ସଂକ୍ରମିତ ହେବ ସେ ବିଷୟରେ ବୁଝାନ୍ତୁ। ହେଲ୍‌ଦି ଡାଏଟ୍‌ର ଉପଯୋଗୀତା ଉପରେ ମଧ୍ୟ ବୁଝାନ୍ତୁ।

-ପିଲାଙ୍କୁ ଜ୍ୱର ବା କାଶ ହେଲେ, ଭୟଭୀତ ନ ହୋଇ ପ୍ରଥମେ ଏହା କରୋନା ଲକ୍ଷଣ ନା ସାଧାରଣ ଜ୍ୱରଥଣ୍ଡା ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ତୁରନ୍ତ ଡାକ୍ତର ପରାମର୍ଶ ନିଅନ୍ତୁ।

ଆହୁରି ପଢ଼ନ୍ତୁ: କିପରି ନେବେ କରୋନା ସମୟରେ ଆଖିର ଯତ୍ନ
Coronavirus COVID19 How To Protect Children From Corona Tips To Protect Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ