/odishatv-khabar/media/post_attachments/uploadimage/library/16_9/16_9_0/pp_1626685832.jpg)
pp
ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ । ଏଣୁ ଆପଣ ଯଦି ଲିଫ୍ଟ ବ୍ୟବହାର କରୁଛନ୍ତି ତ ସାବଧାନତା ଅବଲମ୍ବନ କଲେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଉ ଅସୁବିଧାରେ ପଡ଼ିଲେ ମଧ୍ୟ ସହଜରେ ଏହାକୁ ଏଡାଇ ପାରିବେ ।
ଲିଫ୍ଟ ତିଆରି କରୁଥିବା କଂପାନୀଗୁଡ଼ିକ ଲୋକଙ୍କ ସୁବିଧା ପାଇଁ କିଛି ସତର୍କତା ମୂଳକ ସୂଚନା ଦେଇଥା’ନ୍ତି। ଏହି ସୂଚନା ସବୁ ଲିଫ୍ଟରେ ସୂଚିତ ହୋଇଥାଏ।
୧ – କୌଣସି ସ୍ୱିଚ୍ କୁ ବାରମ୍ୱାର ଦବାନ୍ତୁ ନାହିଁ । ଏହା କରିବା ଦ୍ୱାରା ଲିଫ୍ଟର ଟେକ୍ନିକ୍ ଖରାପ ହୋଇଯାଏ । ଠିକ୍ରେ ଆଉ କାମ କରେନି ।
୨ – ଲିଫ୍ଟରେ ପାଦ ରଖିବା ପୂର୍ବରୁ ଭଲରେ ଦେଖିନିଅନ୍ତୁ କି ଲିଫ୍ଟଟି ଆସିଲାଣିକି ନାହିଁ । ଅନେକ ସମୟରେ ଲିଫ୍ଟ ନଥିବା ବେଳେ ବି ସେଫ୍ଟି ଗ୍ରୀଲ୍ ବା ଡୋର ଖୋଲିଯାଇଥାଏ । ଯାହାକି ଅଘଟଣ ଘଟାଇଥାଏ ।
୩- ଯଦି ଲିଫ୍ଟ ଭିତରେ ଅଛନ୍ତି ବିଦ୍ୟୁତ୍ ଚାଲିଯିବା ଯୋଗୁଁ କି ଅନ୍ୟ କିଛି କାରଣ ଯୋଗୁଁ ଲିଫ୍ଟ ବନ୍ଦ ହୋଇଯାଉଛି ତ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ।
୪ –ଏଭଳି ସ୍ଥିତିରେ ଆପାତ୍ତକାଳୀନ ସ୍ୱିଚ୍ ଦବାଇ ସାହାଯ୍ୟ ମାଗନ୍ତୁ କିମ୍ବା ଲିଫ୍ଟରେ ଲାଗିଥିବା ଟେଲିଫୋନ୍ ଯୋଗେଁ ସୁରକ୍ଷା କର୍ମୀଙ୍କୁ ଡାକନ୍ତୁ ।
୫- ଭିତରୁ ଜବରଦସ୍ତ ଲିଫ୍ଟ ଖୋଲିବାକୁ ଚେଷ୍ଟା କରନ୍ତୁ ନାହିଁ ।
୬- ଲିଫ୍ଟରେ କେତେ ଜଣ ଓ କେତେ ଓଜନ ଯାଏ ଯାଇହେବ , ସେଥିରେ ଥିବା ନିର୍ଦ୍ଦେଶ ମୁତାବକ ଲିଫ୍ଟକୁ ବ୍ୟବହାର କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)