Advertisment

ଭାରତୀୟ ପରମ୍ପରାରେ ଦୀପଦାନର ମହତ୍ତ୍ୱ

।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]

ଅଦ୍ୟତନ ହୋଇଛି
ଭାରତୀୟ ପରମ୍ପରାରେ ଦୀପଦାନର ମହତ୍ତ୍ୱ

dipa-dana

Advertisment

।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।।

Advertisment

ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ମଧ୍ୟ ପୃଥକ ଭାବରେ ଦୀପ ବ୍ୟବହୃତ କରାଯାଇ ଥାଏ। ଦୀପ ପାତ୍ରର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାଟିର ଦୀପ ସାତ୍ତ୍ଵିକ କାର୍ଯ୍ୟରେ ଏବଂ ଧାତୁର ଦୀପ ତାନ୍ତ୍ରିକ କାର୍ଯ୍ୟ ପାଇଁ ପ୍ରୟୋଗ କରାଯାଏ ବୋଲି କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ କୌଣସି ବିପତ୍ତି ନିବାରଣ ପାଇଁ ଦୀପଦାନ ସର୍ବୋତ୍ତମ ଉପାୟ ହୋଇଥାଏ।

Dim Glows Passion for Making Diya

ବିଶ୍ୱାସ ରହିଛି ଯେ ଦୀପ ଜାଳିବା ଦ୍ୱାରା ପରିବେଶରେ ସକରାତ୍ମକତା ଆସିଥାଏ। ଦୀପର ଆଲୋକ ଯେଉଁ ସ୍ଥାନ ଯାଏଁ ପହଞ୍ଚିଥାଏ, ସେହି ସ୍ଥାନରୁ ନକାରାତ୍ମକତା ଚାଲିଯାଏ। ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରର ରହିଥିବା କୁପ୍ରଭାବ ଦୂର ହୋଇଥାଏ। ପୁରାଣରେ କୁହାଯାଇଛି ଯେ ପୂଜା ସମୟରେ ଘିଅ ଏବଂ ତେଲର ଦୀପ ଜଳାଯାଏ। ଘରେ ଯେତେବେଳେ ପୂଜା ହୁଏ, ଦୀପ ଜଳାଯାଏ। ତେବେ, ଦୀପାବଳୀରେ ଦୀପ ଜାଳିବାର ଏକ ଅଲଗା ମହତ୍ତ୍ୱ ରହିଛି। ଏହି ପର୍ବକୁ ଦୀପୋତ୍ସବ ମଧ୍ୟ କୁହାଯାଏ। ଦୀପ ଜାଳିବା ଅର୍ଥ ଜୀବନରୁ ଅନ୍ଧକାର ଦୂର କରିବା ଏବଂ ଆଲୋକ ବିସ୍ତାର କରିବା। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ସେଥିପାଇଁ ପୂଜାରେ ଦୀପ ଜାଳିବା ଦ୍ୱାରା ଆମେ ଜୀବନରୁ ଅନ୍ଧକାର ଚାଲିଯାଇ ଥାଏ। ଦୀପଦାନ ଦ୍ୱାରା ଅଗ୍ନିଦେବ ସନ୍ତୁଷ୍ଟ ହୁଅନ୍ତି ଏବଂ ଜୀବନର ଅନେକ ସମସ୍ୟାରୁ ରକ୍ଷା କରନ୍ତି। ଏହା ବ୍ୟତୀତ ପୂଜାରେ ଦୀପ ଜାଳିବାର ଅନେକ ଲାଭ ଏବଂ ବିଶ୍ୱାସ ଅଛି। ଆସନ୍ତୁ ଜାଣିବା ପୂଜାରେ ପର୍ବରେ ଦୀପ ଜାଳିବାର ଉପକାର ।

Advertisment

Pm Modi urges people to light diyas, know the science behind it ...

୧. ଦୀପ ଜାଳିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ ଏବଂ ଘରେ ବାତାବରଣ ସକାରାତ୍ମକ ଶକ୍ତି ସହିତ ସନ୍ତୁଳିତ ରହିଥାଏ।

୨. ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାରା ଲକ୍ଷ୍ମୀ ମାତା ପ୍ରସନ୍ନ ହୁଅନ୍ତି। ସେଥିପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଦୀପ ଜାଳିବା ଉଚିତ୍।  ୩. ଦୀପ ପ୍ରଜ୍ଜ୍ୱଳନ ଅନ୍ଧକାରକୁ ଦୂର କରି ଘରକୁ ଆଲୋକ ଦେଇଥାଏ, ଯାହାଫଳରେ ପରିବାରର ପରିବେଶ ସୁଖଦ ରହିଥାଏ।

Advertisment

୪. ବିଶ୍ୱାସ କରାଯାଏ ଯେ ଅଗ୍ନି ଦେବଙ୍କୁ ସାକ୍ଷୀ ଭାବରେ ମାନି, ଦୀପଦାନ କରି ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳତା ପ୍ରାପ୍ତି ହୋଇଥାଏ।

୫. ପୂଜାରେ ଦୀପ ଜାଳିବା ଦ୍ୱାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ରହିଥିବା ଦୁର୍ବଳତା ଦୂର ହୋଇଯାଏ।

୬. ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ। ରୋଗଠାରୁ ମଣିଷକୁ        ଦୂରେଇ ରଖେ। ଦୀପର ଜ୍ୟୋତି ଆରୋଗ୍ୟ ରଖିବାରେ ସାହାଯ୍ୟ କରେ।

୭. ଦୀପ ଜାଳିବା ଦ୍ୱାରା ଘରେ ଥିବା କ୍ଷତିକାରକ ଜୀବାଣୁ ଏବଂ ଭୂତାଣୁ ନଷ୍ଟ ହୋଇଯାଆନ୍ତି।

।।ଶୁଭଂ କରୋତି କଲ୍ୟାଣଂ ଆରୋଗ୍ୟଂ ଧନସମ୍ପଦା
ଶତୃବୃଦ୍ଧି ବିନାଶାୟ ଦୀପଜ୍ୟୋତି ନମୋସ୍ତୁତେ।।

“ଯିଏ ଶୁଭ ଏବଂ କଲ୍ୟାଣ କରୁଛି, ଆରୋଗ୍ୟ ପ୍ରଦାନ କରୁଛି, ଧନସମ୍ପଦା ବୃଦ୍ଧି କରୁଛି, ଶତୃ ବୃଦ୍ଧି ବିନାଶ କରୁଛି, ସେହି ଦୀପ ଏବଂ ଦୀପର ଆଲୋକକୁ ମୁଁ ନମନ କରୁଛି”।

                                                                                                           -ଦେବଦତ୍ତ ରଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ