Advertisment

ହାରି ନାହାଁନ୍ତି ଦିବ୍ୟାଙ୍ଗ ଅଙ୍କିତା ; ଅଟୋ ଚଳାଇ କ୍ୟାନସର ପୀଡ଼ିତ ପିତାଙ୍କର କରୁଛନ୍ତି ଚିକିତ୍ସା

ଅହମ୍ମଦାବାଦ୍‌ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ  ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ । ଅହମ୍ମଦାବାଦ୍‌ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ […]

author-image
Pradesh Pratyush
ହାରି ନାହାଁନ୍ତି ଦିବ୍ୟାଙ୍ଗ ଅଙ୍କିତା ; ଅଟୋ ଚଳାଇ କ୍ୟାନସର ପୀଡ଼ିତ ପିତାଙ୍କର କରୁଛନ୍ତି ଚିକିତ୍ସା

ankita-2

ଅହମ୍ମଦାବାଦ୍‌ : ଅନେକ କୁହନ୍ତି ପୁଅଟିଏ ଯେଉଁ କାମ କରିପାରେ ଝିଅଟିଏ କରିପାରେନା । କିନ୍ତୁ  ସମୟ ବଦଳିବା ଏସବୁ କଥାରେ ପରିବର୍ତ୍ତନ ଘଟିଲାଣି । ଆଜିକା ସମୟରେ ଝିଅମାନେ ଆଉ ଅବଳା ଦୁର୍ବଳା ନୁହଁନ୍ତି , ସେମାନେ ନିଜକୁ ସବୁ ପରିସ୍ଥିତିରେ କଠିନ ପରିଶ୍ରମ କରି ନିଜକୁ ସକ୍ଷମ କରିପାରିଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ଅଙ୍କିତା ଜଣେ ।

Advertisment

ଅହମ୍ମଦାବାଦ୍‌ରେ ରହୁଥିବା ୩୫ ବର୍ଷୀୟା ଅଙ୍କିତା ଶାହ ଜଣେ ଦିବ୍ୟାଙ୍ଗ ଯୁବତୀ । ପିଲା ଦିନରୁ ପୋଲିଓ ଆକ୍ରାନ୍ତ ଯୋଗୁ ତାଙ୍କର ଦୁଇ ଗୋଡ଼ କଟା ଯାଇଥିଲା । ତଥାପି ସେ ହାର୍‌  ମାନିନଥିଲେ । କ୍ୟାନସରରେ ଆକ୍ରାନ୍ତ ବାପାଙ୍କର ଚିକିତ୍ସା ପାଇଁ ସେ ଏବେ ଅଟୋ ରିକ୍ସା ଚଳାଉଛନ୍ତି । ସେ ହେଉଛନ୍ତି ଅହମ୍ମଦାବାଦର ପ୍ରଥମା ଅଟୋ ରିକ୍ସା ଚଳାଉଥିବା ଦିବ୍ୟାଙ୍ଗ ଯୁବତୀ ।

publive-imageଏମିତି ଥିଲା ଅଙ୍କିତାଙ୍କ ସଂଘର୍ଷ –

ଇକୋନୋମିକ୍ସରେ ଗ୍ରାଜୁଏସନ ପାସ୍‌ କରିଥିବା ଅଙ୍କିତା ୫ ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ।  ସେ ୨୦୧୨ମସିହାରେ ଅହମ୍ମଦାବାଦ୍‌ ଆସିଥିଲେ ଏବଂ ଏକ କଲ୍‌ ସେଣ୍ଟରରେ ଚାକିରୀ କରିଥିଲେ । କିନ୍ତୁ କ୍ୟାନସରରେ ପୀଡ଼ିତ ବାପାଙ୍କ ପାଇଁ ସେ ଏହି କଲ୍‌ ସେଣ୍ଟର ଚାକିରୀ ଛାଡିଦେଇ ଅଟୋ ଚଳେଇବାକୁ ପସନ୍ଦ କଲେ । କାରଣ ଅଙ୍କିତାଙ୍କୁ କଲ୍‌ ସେଣ୍ଟରରେ ୧୨ ଘଣ୍ଟା ସମୟ ଦେବାକୁ ପଡୁଥିଲା । ଆଉ ବହୁ କଷ୍ଟରେ ୧୨ହଜାର ଟଙ୍କା ମିଳୁଥିଲା । ଯେତେବେଳେ ସେ ଜାଣିବାକୁ ପାଇଲେ ବାପାଙ୍କୁ କ୍ୟାନସର ହୋଇଛି ଚିକିତ୍ସା ପାଇଁ ତାଙ୍କୁ ବାରମ୍ୱାର ଅହମ୍ମଦାବାଦରୁ ସୁରତ ଯିବାକୁ ପଡୁଥିଲା ଏବଂ ଛୁଟି ପାଇଁ ଅସୁବିଧା ହେଉଥିଲା । ଦରମା ବି ଅଧିକା ନଥିଲା । ଏଥିପାଇଁ ସେ କଲ୍‌ ସେଣ୍ଟର ଚାକିରୀ ଛାଡିଦେଇଥିଲେ ।

Advertisment

ଏହାପରେ ସେ ବହୁତ ଅସୁବିଧାରେ ପଡିଗଲେ । କଣ କରିବେ କିଛି ଭାବି ପାରିଲେନି । ବାପାଙ୍କ ଚିକିତ୍ସା ଚିନ୍ତା ତାଙ୍କୁ ବହୁତ କଷ୍ଟ ହେଲେ । ସେ ମନକୁ ଦୃଢ଼ କଲେ ନିଜ ଉଦ୍ୟମରେ କିଛି କରିବେ । କିଛି କଂପାନୀରେ ଇଣ୍ଟରଭ୍ୟୁ ଦେଲେ । କିନ୍ତୁ ସେ ଦିବ୍ୟାଙ୍ଗ ଯୋଗୁଁ ତାଙ୍କୁ କୌଣସି କଂପାନୀ କାମ ଦେଲେ ନାହିଁ । ଏହା ପରେ ସେ ଅଟୋ ଚଳାଇବାକୁ ସ୍ଥିର କଲେ ।

ଅଙ୍କିତା କୁହନ୍ତି , ସେ ଅଟୋ ଚଳାଇବା ତାଙ୍କର ବନ୍ଧୁ ଲାଲଜୀ ବାରୋଟଙ୍କୁ ଠାରୁ ଶିଖିଥିଲେ । ସେ ବି ଜଣେ ଦିବ୍ୟାଙ୍ଗ । ଆଉ ଅଟୋ ଚଳାନ୍ତି । ସେ ଖାଲି ଅଟୋ ଚଳାଇବା ଶିଖାଇନଥିଲେ , ଅଙ୍କିତାଙ୍କୁ ଏକ କଷ୍ଟମାଇଜ୍‌ଡ ଅଟୋ ନେବା ପାଇଁ ସାହାଯ୍ୟ କରିଥିଲେ । ଏହି ଅଟୋରେ ଏକ ହ୍ୟାଣ୍ଡ ଅପରେଟିଂ ବ୍ରେକ୍‌ ରହିଥାଏ । ଦିବ୍ୟାଙ୍ଗ ଚଳାଇବାକୁ ସୁବିଧା ହୁଏ ।

ଆଜି ଅଙ୍କିତା ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି । ପୂର୍ବର ସେ ସଂଘର୍ଷର ଦିନ ଆଉ ନାହିଁ । ଜଣେ ଦିବ୍ୟାଙ୍ଗ ହୋଇ ବି ସେ କେବେ ନିଜକୁ ଅସହାୟ ମନେ କରି ନାହାନ୍ତି । ସେ ଏବେ ଦିନକୁ ୮ ଘଣ୍ଟା ଅଟୋ ଚଳାଇ ୨୦ ହଜାର ଟଙ୍କା ମାସକୁ କମାଉଛନ୍ତି ।

Advertisment
Advertisment