/odishatv-khabar/media/post_attachments/uploadimage/library/16_9/16_9_0/murty_1626691073.jpg)
murty
ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଏବେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯାହାକୁ ଦେଖିଲେ ହୃଦୟ ଖୁସିରେ ନାଚି ଉଠିବ। ଜଣେ ଭାରତୀୟ ଭାବେ ଛାତି ଗର୍ବରେ ଫୁଲି ଉଠିବ ।
ଗତ ମଙ୍ଗଳବାର ଦିନ ଟାଇକନ( TiECon) ମୁମ୍ୱାଇ କାର୍ଯ୍ୟକ୍ରମରେ ରତନ ଟାଟାଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି । କର୍ପୋରେଟ୍ ଜଗତର ଦ୍ୱିତୀୟ ବଡ଼ ନାମ ଅର୍ଥାତ୍ ଇନ୍ଫୋସିସ୍ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ଏହି ପୁରସ୍କାର ଦେଇଥିଲେ । ଆଉ ଏହା ପରେ ଯାହା ଘଟିଥିଲା , ତାହା କେବେ ବିଶ୍ୱାସ କରିପାରିବେନି । ଉପସ୍ଥିତ ବ୍ୟକ୍ତିଙ୍କର ମନ ଆନନ୍ଦରେ ଭରିଗଲା ଏହି ଦୃଶ୍ୟ ଦେଖି । ବିଶ୍ୱର ବ୍ୟବସାୟ ଜଗତର ଦୁଇ ହୃଦୟବାନ ମହାରଥୀ , ଜଣେ ଜଣଙ୍କୁ ଦେଇଥିଲେ ପୁରସ୍କାର।
ଏହି ଫଟୋଟି ସେହି ମୁହୂର୍ତ୍ତର । ୭୩ ବର୍ଷୀୟ ନାରାୟଣ ମୂର୍ତ୍ତୀ ୮୨ ବର୍ଷୀୟ ରତଲ ଟାଟାଙ୍କ ପାଦ ଛୁଇଁ ତାଙ୍କର ଆର୍ଶୀବାଦ ନେଇଥିଲେ । ଏହାକୁ ଦେଖି ସମସ୍ତଙ୍କ ହୃଦୟ ପୂରି ଯାଇଥିଲା ।
Touching moment with Indian values on display. Immense respect for both leaders. @Infosys_nmurthy@RNTata2000#TiEconMumbai#NarayanaMurthy#RatanTatapic.twitter.com/KOhEXTzZnm
— Atul Kushwaha (@Real_atul_1) January 29, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)