/odishatv-khabar/media/post_attachments/uploadimage/library/16_9/16_9_0/girls-stomach_1626690963.jpg)
girls stomach
କୋଏମ୍ୱାଟୁର : କୋଏମ୍ୱାଟୁରରେ ସିଟି ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏହି ହସ୍ପିଟାଲର ଡାକ୍ତରୀଦଳ ଜଣେ ୧୩ ବର୍ଷୀୟା ଝିଅ ପେଟରୁ ଅଧ କେଜିରୁ ଅଧିକ ମଣିଷ ଚୁଟି , ଖାଲି ସାମ୍ପୋ ପ୍ୟାକେଟ୍ ଭଳି ପ୍ଲାଷ୍ଟିକ୍ ଦ୍ରବ୍ୟ ବାହାର କରିଛନ୍ତି ।
ସୂଚନା ମୁତାବକ, ୭ମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କର ଗତ କିଛି ଦିନ ଧରି ପେଟରେ ଯନ୍ତ୍ରଣା ହେଉଥିଲା । ତାଙ୍କର ମାତା-ପିତା ତାଙ୍କୁ ଏକ ପ୍ରାଇଭେଟ ମେଡିକାଲ (VGM ହସ୍ପିଟାଲ)କୁ ନେଇଥିଲେ । ସ୍କାନରୁ ଜଣାପଡିଲା ଯେ ପେଟରେ କିଛି ବଲ୍ ଭଳି ଜିନିଷ ପାକସ୍ତଳୀରେ ରହିଛି। ଏଣ୍ଡୋସ୍କୋପି ମାଧ୍ୟମରେ ଏହାକୁ ପେଟରୁ କାଢ଼ିବାକୁ ଡାକ୍ତରମାନେ କହିଥିଲେ ।
କିନ୍ତୁ ଏଥିରେ ସେମାନେ ଅସଫଳ ହେଲେ । ଆଉ ପରବର୍ତ୍ତୀ ଭାବେ ଅପରେସନ କରି ସେହି ଜିନିଷ ଗୁଡ଼ିକୁ ପେଟରୁ ବାହାର କରାଗଲା । ସଫଳତାର ସହ ସେହି ନାବାଳିକାଙ୍କ ପେଟରୁ କେଶ ଓ ସାମ୍ପୋ ପ୍ୟାକେଟ ବାହାରିଲା । ବର୍ତ୍ତମାନ ସେ ସୁସ୍ଥ ନର୍ମାଲ ଅଛନ୍ତି ।
ଡାକ୍ତରଙ୍କ କହିବାନୁସାରେ , ନାବାଳିକାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁରେ ସେ ଗଭୀର ମାନସିକ ଚିନ୍ତାରେ ଥିଲେ । ଆଉ ଯାହା ଫଳରେ ସେ ଏହି ସବୁ ଜିନିଷକୁ ଗର୍ଭସ୍ଥ କରିଥାଇପାରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)