/odishatv-khabar/media/post_attachments/uploadimage/library/16_9/16_9_0/mid-day-meal_1626691693.jpg)
mid day meal
ଉତ୍ତର ପ୍ରଦେଶ : ମିର୍ଜାପୁର ଅଂଚଳର ଅଟାରି ପ୍ରାଇମେରୀ ସ୍କୁଲ୍ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩ ବର୍ଷିୟା ଛାତ୍ରୀ ସ୍କୁଲରେ ରୋଷେଇ ଚାଲିଥିବା ମିଡ୍ ଡେ ମିଲ୍ ରନ୍ଧା ପାତ୍ରରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ଗତ ରବିବାର ଦିନ ଘଟିଥିଲା ।
ଗରମ ରନ୍ଧା ଖାଦ୍ୟ ପାତ୍ରରେ ପଡ଼ି ଯିବାରୁ ପିଲାଟି ଶରୀରର ୮୦ ପ୍ରତିଶତ କ୍ଷତ ହୋଇ ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କୁନି ଛାତ୍ରୀ ଜଣଙ୍କର ଚାଲିଯାଇଥିଲା ଜୀବନ।
ଅତିରିକ୍ତ ବେସିକ୍ ଶିକ୍ଷା ଅଧିକାରୀ ରାମିଲାଲ୍ ଯାଦବଙ୍କ ସୂଚନା ମୁତାବକ, ଅଟାରି ପ୍ରାଇମେରୀ ସ୍କୁଲ୍ରେ ସବୁଦିନ ଭଳି ସେଦିନ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିଲା । ସେହି ବାଟ ଦେଇ ଯାଉଥିବା ସ୍କୁଲର ଛୋଟ ଝିଅଟି ଏକ କନଷ୍ଟ୍ରକ୍ସନ ଜିନିଷରେ ଝୁଣ୍ଟି ପଡିବାରୁ ପାଖରେ ଥିବା ରୋଷେଇ ପାତ୍ରରେ ପଡିଯାଇଥିଲେ।
ଶିଶୁ କନ୍ୟାଟିର ବାପାଙ୍କ ଅଭିଯୋଗ , ରୋଷେୟା କାନରେ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥିବାରୁ ଏ ଘଟଣାକୁ ଦେଖିନଥିଲା। ଶିଶୁଟି ଗରମ ପାତ୍ରରେ ପଡ଼ିଯିବାର ସେ ପାଖରେ ଥାଇ ବି ଦେଖି ପାରିନଥିଲା । ଯେତେବେଳେ ସେ ଏହା ଦେଖିଲା, ସେଠାରୁ ଦୌଡ଼ି ପଳାଇଥିଲା ।
ଏଏନ୍ଆଇକୁ ମିର୍ଜାପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ସୁଶିଲ୍ କୁମାର ପଟେଲ୍ କହିଛନ୍ତି , ଏହି ସମ୍ବେଦନଶୀଳ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂପୃକ୍ତ ସ୍କୁଲ ହେଡ୍ ମାଷ୍ଟରଙ୍କୁ ସସ୍ପେଣ୍ଡ ଅର୍ଡର ଦିଆଯାଇଛି । ରୋଷେୟା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେସିକ୍ ଏଜୁକେସନ ଅଫିସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)