/odishatv-khabar/media/post_attachments/uploadimage/library/16_9/16_9_0/old-2_1626695981.jpg)
old
ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ।
ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା ସମ୍ପର୍କିୟ ଘରକୁ ଯାଇଥିଲେ। ପରେ ଲକ୍ଡାଉନ୍ ଯୋଗୁ ସେ ଆଉ ଆସିପାରିନଥିଲେ। କିଛିଦିନ ପରେ ଲକ୍ଡାଉନ୍ର ନିୟମଗୁଡିକୁ କୋହଳ କରାଗଲା। ସେତେବେଳେ ବୃଦ୍ଧା ଜଣଙ୍କ ଘରକୁ ଫେରିଥଲେ। କିନ୍ତୁ ଦୁଃଖର ବିଷୟ ଯେ ବୃଦ୍ଧାଙ୍କର ପୁଅ ଓ ବୋହୂ ତାଙ୍କୁ କରୋନା ଭୟରେ ଘରେ ପଶିବାକୁ ଦେଇନଥିଲେ।
କରିମନଗର ମ୍ୟୁନିସିପାଲିଟି କର୍ପୋରେସନର ବିଭାଗୀୟ ସଦସ୍ୟଙ୍କ କହିବା ଅନୁଯାୟୀ, ଲକ୍ଡାଉନ୍ର ନିୟମ କିଛି କୋହଳ ହେଲାପରେ ସମ୍ପର୍କୀୟ ଘରକୁ ଯାଇଥିବା ଜଣେ ୮୦ବର୍ଷର ବୃଦ୍ଧା ଗତ ଶୁକ୍ରବାର ଦିନ ଘରକୁ ଫେରିଥିଲେ। କିନ୍ତୁ ବୃଦ୍ଧାଙ୍କ ବଡ ପୁଅ ତାଙ୍କୁ ଘରେ ପଶିବାକୁ ଦେଇନଥିଲେ।
ବିଭାଗୀୟ ସଦସ୍ୟ ଆହୁରି ମଧ୍ୟ କହିଛନ୍ତି, ବୃଦ୍ଧା ଜଣଙ୍କ ତାଙ୍କ ପୁଅକୁ ବାରମ୍ୱାର ବୁଝାଇଥିଲେ ବି ସେ କୌଣସି କଥାକୁ ଶୁଣିନଥିଲେ। ଏମିତିକି ବୃଦ୍ଧାଙ୍କର ସାନ ପୁଅ ନିଜ ଘରକୁ ତାଲା ପକାଇ କେଉଁଆଡେ ଚାଲିଯାଇଥିଲେ।
ଶେଷରେ ଏ ଘଟଣାକୁ ନେଇ ପଡୋଶୀମାନେ ଯେତେବେଳେ ହସ୍ତକ୍ଷେପ କରି ବୃଦ୍ଧାଙ୍କ ପୁଅଙ୍କୁ ବୁଝାଇଥିଲେ। ପରେ ପୁଅ ବୃଦ୍ଧାଙ୍କୁ ଘରେ ପଶିବାକୁ ଅନୁମତି ଦେଇଥିଲେ। ବୃଦ୍ଧାଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି। ଯଦି ସେ କରୋନାରେ ଆକ୍ରାନ୍ତ ଥିବେ ତେବେ ବୃଦ୍ଧାଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯିବ। କିନ୍ତୁ ଗୋଟେ କଥା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କରୋନା ଭାଇରସ ଭୟ ଯୋଗୁ ସର୍ମ୍ପକରେ କିଭଳି ତିକ୍ତତା ସୃଷ୍ଟି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)