/odishatv-khabar/media/post_attachments/uploadimage/library/16_9/16_9_0/krushna_1625445692.jpg)
krushna
ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ପୂଜା କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ଚଳିତ ବର୍ଷ ୧୧ ଓ ୧୨ ଅଗଷ୍ଟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ତେବେ ଗୃହସ୍ଥ ଓ ପାରିବାରିକ ସଦସ୍ୟମାନେ ଆଜି ଜନ୍ମାଷ୍ଟମୀ ପୂଜା କରିବେ। ବୈଷ୍ଣବ, ସାଧୁ ଓ ସନ୍ନ୍ୟାସୀମାନେ ଆସନ୍ତା କାଲି ପୂଜା କରିବେ। ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କିପରି ଶୃଙ୍ଗାର କରିବେ ଓ କ’ଣ ପ୍ରଭୁଙ୍କୁ ଭୋଗ ଲାଗାଇବେ।
/odishatv-khabar/media/post_attachments/data4/BC/EY/ANDROID-3435501/product-500x500.jpeg)
ଶ୍ରୀକୃଷ୍ଣଙ୍କ ପୂଜାରେ ବିଭିନ୍ନ ରଙ୍ଗର ଫୁଲକୁ ପୂଜା କରାଯାଏ। ହଳଦିଆ ରଙ୍ଗର ବ୍ରତକୁ ପୂଜା କରାଯାଏ। ଚନ୍ଦନ ପାଣିରେ ପ୍ରଭୁଙ୍କର ଶୃଙ୍ଗାର କରାଯାଇଥାଏ। ଶ୍ରୀକୃଷ୍ଣଙ୍କ ପୋଷାକ ଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ କିଛି ବି କଳା ରଙ୍ଗ ଜିନିଷକୁ ବ୍ୟବହାର କରନ୍ତୁ ନାହିଁ। ଭୁଲ୍ରେ ବି କଳା ରଙ୍ଗକୁ ବ୍ୟବହାର କରନ୍ତୁ ନାହିଁ।
/odishatv-khabar/media/post_attachments/wp-content/uploads/2020/08/Laddu-Gopal-Images-Wallpapers-380x214.jpg)
ଜନ୍ମାଷ୍ଟମୀରେ ପଞ୍ଚାମୃତ କରନ୍ତୁ। ସେହି ପଞ୍ଚାମୃତରେ ତୁଳସୀ ଜଟା ବା ପତ୍ରକୁ ପକାନ୍ତୁ। ଶୁଖିଲା ଫଳ, ଲହୁଣୀ ଓ ମିଶ୍ରିକୁ ଭୋଗ ଲଗାନ୍ତୁ। ଏହି ଦିନରେ ଶ୍ରୀକୃଷ୍ଣଙ୍କୁ ସମ୍ପୂର୍ଣ୍ଣ ସ୍ୱାତ୍ତିକ ଭୋଜନ ଭୋଗ ଲଗାଯାଇଥାଏ।
/odishatv-khabar/media/post_attachments/wp/wp2805681.jpg)
ଜନ୍ମାଷ୍ଟମୀରେ ବାଲକୃଷ୍ଣଙ୍କ ମୃର୍ତ୍ତି ପ୍ରତିଷ୍ଠା କରି ପୂଜା କରାଯାଇଥାଏ। ତୁମର ଆବଶ୍ୟକତା ଏବଂ ଇଚ୍ଛାକୁ ଆଧାର କରି ତୁମ ମନ ଯାହା ଚାହୁଁଥିବା ସେହିଭଳି ପ୍ରତିମା ପୂଜା କରି ପାରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ରାଧା-କୃଷ୍ଣଙ୍କ ମୃତି, ସନ୍ତାନ ପାଇଁ ବାଲକୃଷ୍ଣଙ୍କୁ ଓ ସମସ୍ତ ମନସ୍କାମନା ପାଇଁ ବଂଶୀ ଧରିଥିବା କୃଷ୍ଣଙ୍କ ଫଟୋକୁ ପ୍ରତିଷ୍ଠା କରି ପୂଜା କରନ୍ତୁ। ଜନ୍ମାଷ୍ଟମୀରେ ଶଙ୍ଖ ଓ ଶାଳଗ୍ରାମକୁ ମଧ୍ୟ ପ୍ରତିଷ୍ଠା କରାଯାଇଥାଏ।
/odishatv-khabar/media/post_attachments/474x/1f/83/14/1f83142e1e00d37e3e22e6a72575605d.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)