Advertisment

୧୦ ଟଙ୍କିଆ ମୁଦ୍ରାରେ ଶଶିଭୂଷଣଙ୍କ କଳା

ଯୁବ କଳାକାରଙ୍ ଶଶିଭୂଷଣ ଯେନା ନିଜ କଳାକୁ ମୁଦ୍ରାରେ ଦେଖେଇ ବେଶ ପ୍ରଶଂସା ସାଉଁଟି ପାରିଛନ୍ତି। ନିକଟରେ ସେ ଏକ ଦଶଟଙ୍କିଆ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ଲେଖକ ମନୋଜ ଦାସଙ୍କ ଚିତ୍ର କରି ବେଶ ପ୍ରଶଂସିତ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ସଂକ୍ଷେପରେ ଜାଣିନେବା…

author-image
Pramod Behera
୧୦ ଟଙ୍କିଆ ମୁଦ୍ରାରେ ଶଶିଭୂଷଣଙ୍କ କଳା

Sasshi

ଉତ୍କୃଷ୍ଟ କଳା ନେଇ ଓଡ଼ିଶାର ଅନ୍ୟନାମ ଉତ୍କଳ। ଏହି ଓଡ଼ିଶାରେ ଅନେକ କଳାକାର ଦେଖିବାକୁ ମିଳନ୍ତି ଯେଉଁମାନେ ଭିନ୍ନ ଓ ସ୍ଵତନ୍ତ୍ର ଶୈଳୀରେ ନିଜର କଳାକୁ ପ୍ରଦର୍ଶନ କରିଥାନ୍ତି। କିଏ ପତ୍ରରେ କଳାକୁ ଦେଖେଇଥାଏ ତ ପୁଣି କିଏ ନଖରେ, କିଏ ସାବୁନରେ, କିଏ ଚକ୍ ଖଡ଼ିରେ ଉତ୍ତାରିଥାଏ ନିଜ କଳାକୁ। ତେବେ ଆଜି ଆମେ କହିବାକୁ ଯାଉଛୁ ଏମିତି ଜଣେ ଯୁବ କଳାକାରଙ୍କ ବିଷୟରେ ଯିଏ ନିଜ କଳାକୁ ମୁଦ୍ରାରେ ଦେଖେଇ ବେଶ ପ୍ରଶଂସା ସାଉଁଟି ପାରିଛନ୍ତି। ସେ ହେଲେ କେନ୍ଦ୍ରାପଡ଼ାର ଜମଧର ଗ୍ରାମ ନିବାସୀ ଶଶିଭୂଷଣ ଯେନା।

Advertisment

publive-image

ଶଶିଭୂଷଣ ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ କଳାଭୂଷଣ ନେଇ ଅଧ୍ୟୟନ କରୁଛନ୍ତି, ୟୁଜିସି Net/JRF ମଧ୍ୟ ପ୍ରାପ୍ତ କରିଛନ୍ତି l ପାରିବାରିକ ଆର୍ଥିକ ସ୍ୱଚ୍ଛଳ ନ ଥିଲେ ବି ପିତା ଗୁରୁଚରଣ ଯେନା ଓ ମାତା ନୟନା ଯେନା ତାଙ୍କୁ ପାଠ ପଢ଼େଇବାକୁ ଯାଇ କୌଣସିଥିରେ ଅଭାବ ରଖି ନ ଥିବା କୁହନ୍ତି ଏହି ଯୁବ ଚିତ୍ରଶିଳ୍ପୀ। ଅସମାପ୍ତ ଅଭାବ ସତ୍ୱେ ତାଙ୍କ ପିତାମାତା ତାଙ୍କ ପାଇଁ ପ୍ରେରଣା ଓ ଦୃଢ଼ ମନୋବଳର ଶକ୍ତି ହୋଇ ଛିଡାହୋଇଥିବା ସ୍ପଷ୍ଟ ଭାବେ କୁହନ୍ତି ଶଶିଭୂଷଣ। ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା ଜଣେ ଗୃହିଣୀ।

publive-image

ପିଲାଟି ଦିନରୁ ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ତାଙ୍କୁ ଆଜି ଲକ୍ଷର ପଥରେ ନେଉଥିବା ଦେଖାଯାଏ। ଆନୁଷ୍ଠାନିକ ଭାବେ କୌଣସି ଶିକ୍ଷା ନେଇ ନ ଥିଲେ ବି ସେ ସାମାଜିକ ଗଣମାଧ୍ୟମ ତଥା ୟୁଟ୍ୟୁବ, ଫେସବୁକରୁ ଆଦିରୁ ବିଭିନ୍ନ ଚିତ୍ର ଦେଖି ଅଧିକରୁ ଅଧିକ ଶିଖିଛନ୍ତି। ତେବେ ପିଲାଦିନେ ଅଳ୍ପ ବହୁତେ ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କ ଠାରୁ ସେ ଶିଖିଥିବା ବେଳେ ସଞ୍ଜୟ ରାଉଳ, ଅନ୍ଵେଷା ମହତାବ, ବିଜୟ ବିଶ୍ୱାଳ ଇତ୍ୟାଦିଙ୍କୁ ସେ ଅନୁଧ୍ୟାନ କରନ୍ତି। ଚିତ୍ରଶିଳ୍ପୀ ଶ୍ରୀମାନ ପ୍ରମୋଦ କୁମାରଙ୍କ ପେନସିଲ୍ ଆର୍ଟର ସେ ଜଣେ ମୁଗ୍ଧ ପ୍ରଶଂସକ ବୋଲି କୁହନ୍ତି।

Advertisment

publive-image

ତେବେ ଚିତ୍ରକୁ ନେଇ ତାଙ୍କ ଭିତରେ ରହିଛି ଅନେକ ସ୍ଵପ୍ନ। ନିଜ ଚିତ୍ର ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଭାରତ ତଥା ଭାରତ ବାହାରେ ପ୍ରଦର୍ଶନ କରିବା, ସବୁବେଳେ କିଛି ନୂଆ କରିବା ଓ ଶିଖିବାର ପ୍ରୟାସ ରଖନ୍ତି ଯୁବ ଚିତ୍ରଶିଳ୍ପୀ ଶଶିଭୂଷଣ।

ନିକଟରେ ସେ ଏକ ଦଶଟଙ୍କିଆ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ଲେଖକ ମନୋଜ ଦାସଙ୍କ ଚିତ୍ର କରି ବେଶ ପ୍ରଶଂସିତ ହୋଇଛନ୍ତି। କିଛିଦିନ ପୂର୍ବରୁ ମନୋଜ ଦାସଙ୍କର ପରଲୋକ ହୋଇଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ମାଟିରେ 2 ଇଞ୍ଚର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଏହାକୁ ଦେଖି ଅନୁପ୍ରାଣିତ ହେବା ସହ ଶଶିଭୂଷଣ କିଛି ନିଆରା କରିବାକୁ ଚେଷ୍ଟା କରି ଦଶଟଙ୍କିଆ ମୁଦ୍ରାରେ ମନୋଜ ଦାସଙ୍କୁ ଚିତ୍ରିତ କରିଥିବା ସେ କୁହନ୍ତି। ଏହା ସହିତ ମୁଦ୍ରାରେ ବ୍ୟାସକବି ଫକୀରମୋହନଙ୍କର ଚିତ୍ର ମଧ୍ୟ ସେ କରିଛନ୍ତି।

publive-image

ତେବେ ମୁଦ୍ରା ଚିତ୍ର ପ୍ରେରଣା ନେଇ ସେ କୁହନ୍ତି ଯେ ପୂର୍ବରୁ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ସେ ଦେଖିଥିଲେ। ଏହାକୁ ନିଜେ କରି ଦେଖେବା ନେଇ ତାଙ୍କର ଏହି ପ୍ରୟାଶ ବୋଲି ସେ କୁହନ୍ତି।

publive-image

କଳା ଓ ସାହିତ୍ୟ ଭିତରେ ସମନ୍ଵୟକୁ ନେଇ ଶଶିଭୂଷଣ କୁହନ୍ତି ଯେ କଳା ତାଙ୍କ ପାଇଁ ପୂଜନୀୟ ହେଲେ ସାହିତ୍ୟ ତାଙ୍କର ପ୍ରାଣ । ସାହିତ୍ୟ ବିନା କଳା ଓ କଳାକାରର ବିକାଶ ଅସମ୍ଭବ ବୋଲି ସେ ମତ ଦେବା ସହ ଗୋଟେ ଜାତିର ସଂସ୍କୃତି, ସାହିତ୍ୟିକ ଭିତ୍ତିଭୂମି କଳାକୁ ଉନ୍ନତତର କରିପାରେ ବୋଲି ସେ କୁହନ୍ତି। ପିଲାଦିନେ ଦୁଷ୍ଟ ହେଉଥିବା ବେଳେ ତାଙ୍କ ବାପା ହାତରେ ଚକ ଧରେଇ ବିଭିନ୍ନ ଚିତ୍ର କରିବାକୁ କହୁଥିଲେ। ଚିତ୍ର କରିବାର ଆଦ୍ୟ ଓମକାର ସେହିଠାରୁ ଆରମ୍ଭ ହୋଇଥିବା ବେଳେ ବଡ଼ ହେଲାପରେ ସ୍କୁଲ କଲେଜରେ ହେଉଥିବା ପ୍ରତିଯୋଗିତା ଓ ସେଥିରେ ପ୍ରଥମ ଦ୍ଵିତୀୟ ସ୍ଥାନରେ ରହିବା ତାଙ୍କୁ ଉତ୍ସାହର ଖୋରାକ ଯୋଗାଇଥିବା ଶଶିଭୂଷଣ ମତ ଦେଇଛନ୍ତି।

publive-image

ଭଲ ଚିତ୍ରକରଟିଏ ହେବାର ପିଲାଦିନର ଭାବନା ଆଜିଯାଏ ତାଙ୍କୁ ସାଧନା ଜାରି ରଖିବାରେ ସହାୟ ହୋଇଛି। ଚିତ୍ରର ଅନେକ ମୌଳିକ ଜ୍ଞାନ ଥିବାବେଳେ ସେ ଏସବୁକୁ ଗ୍ରହଣ କରିପାରି ନ ଥିବାରୁ ଦୁଃଖ ପ୍ରକାଶ କରିଥିବା ବେଳେ ଜଣେ ଉତ୍ତମ ଗୁରୁଙ୍କ ତତ୍ତ୍ଵାବଧାନ ମିଳିପାରିଲେ ସେ ଏ ବିଷୟରେ ଯଥେଷ୍ଟ ଜ୍ଞାନ ଆହରଣ କରିପାରନ୍ତେ ବୋଲି କହିଛନ୍ତି।

Advertisment
Advertisment