Advertisment

ମାଡ଼ି ଆସୁଛି ସମୁଦ୍ର ! ଚଳିତ ଶତାବ୍ଦୀ ଶେଷରେ ଜଳ ପ୍ରଳୟର ଆଶଙ୍କା

ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି।  ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]

author-image
Pradesh Pratyush
ମାଡ଼ି ଆସୁଛି ସମୁଦ୍ର ! ଚଳିତ ଶତାବ୍ଦୀ ଶେଷରେ ଜଳ ପ୍ରଳୟର ଆଶଙ୍କା

sea-level-rise-1024x576

ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି।  ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ।

Advertisment

publive-imageଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ ସମୁଦ୍ର ପତ୍ତନ ପ୍ରତି ବର୍ଷ ୧ ମିଲିମିଟର ବଢ଼ିଥିବା ବେଳେ ପଶ୍ଚିମବଙ୍ଗର ଡାଇମଣ୍ଡ ହାରବର୍‌ରେ ୫ ଦଶମିକ ୨, କାଣ୍ଡଲାରେ ୩ ଦଶମିକ ୨, ହଳଦିଆରେ ୨ ଦଶମିକ ୯ ମିଲିମିଟର ସମୁଦ୍ର ପତ୍ତନ ବଢ଼ିଛି ।

publive-imageଯଦି ଏହି ହାରରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଏ, ତେବେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ରର ଜଳପତ୍ତନ ୪ ଫୁଟ ବୃଦ୍ଧି ପାଇବ । ଏହା ଦ୍ୱାରା ଉପକୂଳର ବହୁ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହା ଦ୍ୱାରା ଭାରତର ଅନେକ ଉପକୂଳବର୍ତ୍ତୀ ସହର ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ହୋଇପାରେ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ।

Advertisment

ବିଶ୍ୱସ୍ତରରେ ସମୁଦ୍ରର ଜଳପତ୍ତନ ୩ ଦଶମିକ ଛଅ ଛଅ ମିଲିମିଟର ବୃଦ୍ଧି ପାଉଛି।  ସୁନାମୀ, ସାମୁଦ୍ରିକ ଝଡ଼, ବନ୍ୟା ଫଳରେ ନିୟମିତ ଭାବେ ସମୁଦ୍ର ତଟ ମଧ୍ୟ କ୍ଷୟ ହେଉଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟକାରଣ ଜଣାପଡିଛି।

Advertisment
Advertisment