Advertisment

ରୋଜ୍‌ ଡେ; କେଉଁ ରଙ୍ଗର ଗୋଲାପ କାହା ପାଇଁ ?

ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍‌ ବାର୍ଡ୍‌ସମାନେ ଲାଲ୍‌ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍‌ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍‌ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା। କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ […]

ରୋଜ୍‌ ଡେ; କେଉଁ ରଙ୍ଗର ଗୋଲାପ କାହା ପାଇଁ ?

rose-day

Advertisment

ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‌ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍‌ ବାର୍ଡ୍‌ସମାନେ ଲାଲ୍‌ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍‌ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍‌ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା।

Advertisment

[caption id="" align="aligncenter" width="1200"]Image result for happy rose day pic credit- indianexpress.com[/caption]

କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ ରୋଜ୍‌ ଡେ ସେଲିବ୍ରେଟ୍‌ କରିପାରିବେ ନାହିଁ। କାରଣ ବିଭିନ୍ନ ରଙ୍ଗର ଗୋଲାପ ଭିନ୍ନ ଭିନ୍ନ ସମ୍ପର୍କର କଥା କହେ। ତେବେ କେଉଁ ରଙ୍ଗର ଗୋଲାପ କଣ କହେ ଜାଣନ୍ତୁ।

Advertisment

[caption id="" align="aligncenter" width="1200"]Image result for rose propose representational image[/caption]

ଲାଲ୍‌ ଗୋଲାପ: ଏହି ରଙ୍ଗର ଗୋଲାପ ପ୍ରେମର ପ୍ରତୀକ। ଏହାର ଗାଢ଼ ଲାଲ୍‌ ରଙ୍ଗ ପ୍ରେମର ଗଭୀରତାକୁ ଦର୍ଶାଇଥାଏ। ଲାଲ୍‌ ରଙ୍ଗର ଗୋଲାପକୁ ନେଇ ପ୍ରେମ ଡାଇରୀରେ ଅନେକ କଥା ରହିଛି। ଗ୍ରୀକ୍‌ ପୁରାଣ ଅନୁସାରେ ପ୍ରେମର ଦେବୀ ଭେନସ୍‌ ଗୋଲାପ୍‌ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି। ସେହିଭଳି Rose କୁ ଓଲଟାଇ ଲେଖିଲେ Eros ହୋଇଥାଏ। ଈରୋସ୍‌ଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ।

Advertisment

[caption id="" align="aligncenter" width="768"]Image result for white rose pic credit- billboard.com[/caption]

ଧଳା ଗୋଲାପ: ଧଳା ରଙ୍ଗକୁ ପବିତ୍ର ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଆଉ ଧଳା ରଙ୍ଗର ଗୋଲାପ ନିଃସର୍ତ୍ତ ଓ କୋମଳ ପ୍ରେମର ପ୍ରତୀକ। ଆପଣ ଚାହିଁଲେ ରୁଷି ଥିବା ନିଜର ପ୍ରିୟଜନଙ୍କୁ ଧଳା ଗୋଲାପ ଦେଇ ‘ସରି’ କହି ତାଙ୍କୁ ମନାଇ ପାରିବେ।

[caption id="" align="aligncenter" width="1081"]Image result for yellow rose yellow rose, pic credit-mycakemart.com[/caption]

ହଳଦିଆ ଗୋଲାପ: ଗଭୀର ବନ୍ଧୁତ୍ୱର କଥା କହେ ହଳଦିଆ ଗୋଲାପ। ଯଦି ଆପଣ ନିଜ ବନ୍ଧୁଙ୍କ ଖୁବ୍ ଭଲପାଉଛନ୍ତି, ତାଙ୍କୁ ଆଦୌ ଛାଡ଼ିବାକୁ ଚାହୁଁ ନାହାନ୍ତି, ତେବେ ଆଜି ତାଙ୍କୁ ଗୋଟିଏ ହଳିଦିଆ ଗୋଲାପ ଫୁଲ ଦେଇ ଗଭୀର ବନ୍ଧୁତ୍ୱର ଅନୁଭବ କରାନ୍ତୁ।

publive-image

ଗୋଲାପୀ ଗୋଲାପ: କୋମଳତା, ନମ୍ରତା, କୃତଜ୍ଞତାର ପରିଚାୟକ ଏହି ଗୋଲାପୀ ଗୋଲାପ। ଯଦି ଆପଣ କାହାଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି, କାହାର ଆଦର୍ଶରେ ଆପଣ ନିଜକୁ ସୁନ୍ଦର କରି ଗଢ଼ି ତୋଳିଛନ୍ତି ତେବେ ଆଜି ସେହି ବ୍ୟକ୍ତିଙ୍କୁ ଗୋଲାପୀ ଗୋଲାପ ଟିଏ ଦେଇ ନିଜର କୃତଜ୍ଞତା ଜଣାନ୍ତୁ। ତାଙ୍କୁ ଏହି ଫୁଲରେ ସମ୍ମାନ୍ନିତ କରନ୍ତୁ।

[caption id="" align="aligncenter" width="1000"]Image result for orange color rose png Orange rose, pic credit-unsplash.com[/caption]

ନାରଙ୍ଗୀ ଗୋଲାପ: ଯଦି ଆପଣ କାହା ପ୍ରେମର ବାନ୍ଧି ହୋଇ ଯାଇଛନ୍ତି, ତାଙ୍କ ସହିତ ପ୍ରତିଟି କଥାକୁ ସମ୍ମାନ ଦେଉଛନ୍ତି ଆଉ ଦେବା ପାଇଁ ଚାହଁଛନ୍ତି, ତେବେ ଆଜି ତାଙ୍କୁ ଏହି ନାରଙ୍ଗୀ ରଙ୍ଗର ଗୋଲାପ ଦିଅନ୍ତୁ। ହଁ, ଏହା କେବଳ ପ୍ରେମିକା କିମ୍ବା ପ୍ରେମିକ ପାଇଁ ନୁହେଁ, ସାଙ୍ଗ, ଭାଇ, ଜେଜେମା, ମା-ବାପା ସମସ୍ତଙ୍କୁ ଏହି ରଙ୍ଗର ଗୋଲାପ ଦେଇ ତାଙ୍କ ପ୍ରତି ଥିବା ଆନୁଗତ୍ୟ ଦର୍ଶାଇ ପାରିବେ।

[caption id="" align="aligncenter" width="800"]Image result for black rose black rose[/caption]

କଳା ଗୋଲାପ: କଳା ରଙ୍ଗର ଗୋଲାପ ବି ଭାବନା ବ୍ୟକ୍ତ କରିଥାଏ। ଏହି ରଙ୍ଗର ଗୋଲାପ ଶତ୍ରୁତାର ଭାବନା ଦର୍ଶାଇଥାଏ। କିନ୍ତୁ କଳା ଗୋଲପ ପ୍ରତି ଧ୍ୟାନ ନଦେଲେ ଭଲ। କାରଣ ପ୍ରେମର ସପ୍ତାହର ଅବା ଘୃଣାର କି କାମ। ପାରୁଛନ୍ତି ଯଦି ସବୁ ପୂର୍ବ ଶତ୍ରୁତା ଭୁଲି ସେହି ସମ୍ପର୍କରେ ହାତରେ କଳା ଗୋଲାପ ଜାଗାରେ ଗୋଟେ ହଳଦିଆ ଗୋଲାପ ଦେଇ ଗୋଟେ ଭଲ ସମ୍ପର୍କର ଆରମ୍ଭ କରନ୍ତୁ। ନା କଣ କହୁଛନ୍ତି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ