/odishatv-khabar/media/post_attachments/uploadimage/library/16_9/16_9_0/News-18-12_1624198877.jpg)
ସାଧାରଣତ ବିଶ୍ୱାସ କରାଯାଏ ଯେ ପ୍ରାଚୀନତାର ଜୀବାଶ୍ମ ମଧ୍ୟରେ କେବଳ ଡାଇନୋସର ହେଉଛି ସବୁଠାରୁ ଆକର୍ଷଣୀୟ। କିନ୍ତୁ ବେଳେବେଳେ ଅନ୍ୟ ପ୍ରଜାତିର ଜୀବାଶ୍ମ ମଧ୍ୟ ବେଶ ଚମକେଇ ଦେଇଥାଏ। ଚାଇନାରେ ମିଳିଥିବା ଏକ ଜୀବାଶ୍ମକୁ ଅଧ୍ୟୟନ କରାଯିବା ପରେ ଏଭଳି ହୋଇଛି। ଗଣ୍ଡାର ଏହି ଜୀବାଶ୍ମ ଏପର୍ଯ୍ୟନ୍ତ ମିଳିଥିବା ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଜଣାପଡିଛି। ଏହି ବିଲୁପ୍ତ ପ୍ରଜାତିମାନେ ଏକ ସମୟରେ ଏସିଆରେ ଚଲାବୁଲା କରୁଥିଲେ। ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ କେବଳ ଏହି ସମୟର ନୁହେଁ, ବରଂ ସମଗ୍ର ପୃଥିବୀରେ ମିଳୁଥିବା ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଅନ୍ୟତମ।
/odishatv-khabar/media/post_attachments/wp-content/uploads/2021/06/News-118.jpg)
ଏହି ଗଣ୍ଡାର ଖପୁରୀ ୨୬.୫ ନିୟୁତ ବର୍ଷ ପୁରୁଣା, ଯାହା ଉତ୍ତର-ପଶ୍ଚିମ ଚାଇନାରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏହାକୁ ଏକ ବିଲୁପ୍ତ ପ୍ରଜାତିର ବୃହତ ଗଣ୍ଡାର ଜୀବାଶ୍ମ ବୋଲି କହିଛନ୍ତି, ଯାହା ପୃଥିବୀରେ ବାସ କରୁଥିବା ସବୁଠାରୁ ବଡ ଜୀବ ଥିଲା। ଏହି ଜୀବାଶ୍ମ ବହୁତ ଭଲ ଭାବରେ ସଂରକ୍ଷିତ ହୋଇଥିଲା ଯାହା ବହୁତ କ୍ୱଚିତ୍ ଦେଖିବାକୁ ମିଳେ। ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବୈଜ୍ଞାନିକମାନେ ଏହି ଜୀବକୁ ପାରାସେରାଥେରିୟମ୍ ଲିକ୍ସିୟନ୍ସ ବୋଲି ନାମ ଦେଇଛନ୍ତି।
/odishatv-khabar/media/post_attachments/wp-content/uploads/2021/06/1-69.jpg)
ଏହା ୟୁରାସିଆ ଅଞ୍ଚଳରେ ଶିଙ୍ଘହୀନ ଗଣ୍ଡାର ଷଷ୍ଠ ବଂଶ। କେବଳ ଖପୁରୀରୁ ଏହି ଜୀବର ଆକାର ଆକଳନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଅନ୍ୟ ପାରାସେଥେରିୟମ୍ ଜୀବାଶ୍ମ ସହିତ ତୁଳନା କଲେ ଦେଖାଯାଏ ଯେ ଏହା ଆଜିର ଜିରାଫର ଉଚ୍ଚତା ଭଳି। ଆଜିର ଗଣ୍ଡାର ଲମ୍ବ ପ୍ରାୟ ଦୁଇ ମିଟର।
ତଥାପି, ଏହି ପଶୁର ଓଜନ ଏହାକୁ ପୃଥିବୀର ବିଶାଳ ଜୀବ ଭିତରେ ସ୍ୱତନ୍ତ୍ର କରିପାରିଛି। ତେବେ ପୂରା ଶରୀରର ଜୀବାଶ୍ମ ମିଳିପାରି ନ ଥିବାରୁ ଅନୁସନ୍ଧାନରେ ସମସ୍ୟା ଦେଖାଯାଉଛି। ତେବେ ଏହାର ଓଜନ ପ୍ରାୟ ୧୧ରୁ ୨୦ ଟନ୍ ହେବ ବୋଲି ଅନୁମାନ କରାଯାଏ ଯାହା ୫ଟି ଆଫ୍ରିକୀୟ ହାତୀର ଓଜନ ସହିତ ସମାନ ହେବ।
/odishatv-khabar/media/post_attachments/wp-content/uploads/2021/06/News-180.jpg)
ଅନୁସନ୍ଧାନକାରୀମାନେ ଯେଉଁମାନେ ଏହି ବିରାଟ ଜୀବକୁ କେବଳ ଖପୁରୀ ଆଧାରରେ ଅନୁସନ୍ଧାନ କରିଥିଲେ, ସେମାନେ ଭାବନ୍ତି ଯେ ପି. ଲିନକ୍ସିଏନ୍ସ ନିଶ୍ଚିତ ଭାବରେ ଏହାର ବଂଶଧରମାନଙ୍କ ମଧ୍ୟରେ ସର୍ବ ବୃହତ ଜୀବ ହୋଇଥିବ। ଅନୁସନ୍ଧାନକାରୀମାନେ ଏହି ଗଣ୍ଡାର ଆକାର ବିଷୟରେ ବିସ୍ତାର କରିବା ସ୍ଥିତିରେ ନ ଥିବା ଜଣାଯାଏ। କିନ୍ତୁ ଏହାକୁ ଅନ୍ୟ ଗଣ୍ଡାର ଜୀବାଶ୍ମ ସହିତ ତୁଳନା କରି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ନୂତନ ଆବିଷ୍କୃତ ପ୍ରଜାତିର ନାକ ଟିକିଏ ଛୋଟ, କିନ୍ତୁ ସେମାନଙ୍କର ନାକର ଛିଦ୍ର ଲମ୍ବା ଥିଲା। ସେହିପରି ବେକ ଅନ୍ୟମାନଙ୍କ ତୁଳନାରେ ଲମ୍ବା ଥିଲା।
ଯଦି ମୋଟ ଉପରେ ଦେଖାଯାଏ ତେବେ ଏହି ସ୍ୱରୂପଗୁଡିକ ପି. ଲେପିଡମ୍ ନାମକ ବିଶାଳ ଗଣ୍ଡାର ପାଖାପାଖି ସମାନ, ଯାହା କାଜାଖସ୍ତାନ ଏବଂ ଉତ୍ତର-ପଶ୍ଚିମ ଚୀନ୍ର ଅନ୍ୟାନ୍ୟ ଅଞ୍ଚଳରେ ଚଳପ୍ରଚଳ କରୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)