Advertisment

ଜିଓର ସବୁଠୁ ଶସ୍ତା ପ୍ଲାନ୍‌ , ପ୍ରତି ମାସରେ ମିଳିବ ଏହିସବୁ ସୁବିଧା

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଜିଓ ଆଣିଛି ସବୁଛି ଶସ୍ତା ପ୍ଲାନ୍‌ ।  ରିଲିଏନ୍ସ ଜିଓ ଫାଇବର ୟୁଜର୍ସଙ୍କ ପାଇଁ କଂପାନୀ ଏକ ନୂଆ ପ୍ଲାନ୍‌ ଲଂଚ କରିଛି । ୩୫୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୫୦ ଜିବି ଡାଟା ଏବଂ ଅସୀମିତ ଫ୍ରି କଲିଂ । ଜିଓ ଫାଇବରର ଲଂଚ ପୂର୍ବରୁ  ୟୁଜର୍ସଙ୍କ ମଧ୍ୟରେ  ଉତ୍ସାହ ଥିଲା । କିନ୍ତୁ ଯେତେବେଳେ କମର୍ସିଆଲ୍‌ ଲଂଚ ହେଲା , ଗ୍ରାହକ ସେତେ ପସନ୍ଦ କଲେନାହିଁ […]

author-image
Pradesh Pratyush
ଜିଓର ସବୁଠୁ ଶସ୍ତା ପ୍ଲାନ୍‌ , ପ୍ରତି ମାସରେ ମିଳିବ ଏହିସବୁ ସୁବିଧା

jio

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଜିଓ ଆଣିଛି ସବୁଛି ଶସ୍ତା ପ୍ଲାନ୍‌ ।  ରିଲିଏନ୍ସ ଜିଓ ଫାଇବର ୟୁଜର୍ସଙ୍କ ପାଇଁ କଂପାନୀ ଏକ ନୂଆ ପ୍ଲାନ୍‌ ଲଂଚ କରିଛି । ୩୫୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୫୦ ଜିବି ଡାଟା ଏବଂ ଅସୀମିତ ଫ୍ରି କଲିଂ ।

Advertisment

ଜିଓ ଫାଇବରର ଲଂଚ ପୂର୍ବରୁ  ୟୁଜର୍ସଙ୍କ ମଧ୍ୟରେ  ଉତ୍ସାହ ଥିଲା । କିନ୍ତୁ ଯେତେବେଳେ କମର୍ସିଆଲ୍‌ ଲଂଚ ହେଲା , ଗ୍ରାହକ ସେତେ ପସନ୍ଦ କଲେନାହିଁ । ଏହାର ମୁଖ୍ୟ କାରଣ ଜିଓ ଫାଇବରର ମହଙ୍ଗା ପ୍ଲାନ୍‌ ବେଲି କୁହାଯାଉଛି।

ଆରମ୍ଭରୁ ଶସ୍ତା ସେବା ଯୋଗାଇବାରେ ଜିଓ ଆଗରେ ରହିଛି  ଏବଂ ଜିଓର ଫାଇବର ସର୍ଭିସ୍‌ରେ ବି ଲୋକେ ଏହା ଆଶା କରିଥିଲେ । କିନ୍ତୁ ସେମିତି ହେଲା ନାହିଁ।  ବର୍ତ୍ତମାନ କଂପାନୀ ଲୋକଙ୍କ ଡିମାଣ୍ଡକୁ ବୁଝି ଜିଓ ଫାଇବରର ପୋର୍ଟଫୋଲିଓରେ ସବୁଠୁ ଶସ୍ତା ପ୍ଲାନ୍‌ର ଏଣ୍ଟି କରେଇଛି । ଯାହାକି ଲୋକଙ୍କ ପସନ୍ଦ ମୁତାବକ ବୋଲି କଂପାନୀ କହିଛି ।

Advertisment

publive-imageଏହି ନୂଆ ପ୍ଲାନ୍‌ରେ ମିଳିବାକୁ ଥିବା ସୁବିଧା -

ରିଲିଏନ୍ସ ଜିଓ ଫାଇବରର ଏହି ପ୍ଲାନ୍‌ ସେହି ୟୁଜରଙ୍କୁ ଧ୍ୟାନରେ ରଖି କରାଯାଇଛି , ଯେଉଁମାନଙ୍କର ଅଧିକ ଡାଟା ଓ ଅଲଟ୍ରା ଫାଷ୍ଟ ସ୍ପିଡର ଆବଶ୍ୟକତା ନାହିଁ ।  ପ୍ଲାନ୍‌ରେ ୩୫୧ଟଙ୍କାର ମାସିକ ମୂଲ୍ୟରେ ୧୦Mbpsର ଇଣ୍ଟନେଟ୍‌ ସ୍ପିଡ୍‌ ହ୍ରାସ ଘଟି ୧Mbps ହୋଇଯିବ । ପ୍ଲାନରେ କିନ୍ତୁ ଗୋଟେ ମୁଖ୍ୟ କଥା ହେଲା ଏଥିରେ ଅସୀମିତ କଲିଂ ସେବା ମିଳିବ ।

ଟେଲିକମ୍‌ ଟକ୍‌ର ରିପୋର୍ଟ ମୁତାବକ ,ଏଥିରେ ଜିଓ କନେକ୍ସନ ପାଇଁ କଂପାନୀ ୟୁଜରଙ୍କ ଠାରୁ କୌଣସି ଇନ୍‌ଷ୍ଟାଲେସନ ଚାର୍ଜ ନେବନାହିଁ।  ବର୍ତ୍ତମାନ ସୁଦ୍ଧା  ଜିଓର କନେକ୍ସନ ପାଇଁ ୟୁଜରଙ୍କୁ ୨୫୦୦ ଟଙ୍କା ଦେବାକୁ ପଡୁଥିଲା।  ଯେଉଁଥିରେ କିଛି ପ୍ରତିଶତ ଫେରସ୍ତ ରାଶି ଥିଲା । କିନ୍ତୁ ୩୫୧ଟଙ୍କିଆ ପ୍ଲାନ୍‌ରେ ଏହି ସୁବିଧା ମିଳିବ ନାହିଁ ।

ଯଦି ଆପଣ ଏବେ ଜିଓର ଏହି ପ୍ଲାନ୍‌ ନେବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଜିଟିଏସ୍‌ ସହ ସମୁଦାୟ ୪୧୪ ଟଙ୍କା ଦେବାକୁ ପଡିବ । ଅନ୍ୟାନ୍ୟ ସୁବିଧା ମୁତାବକ , ଏଥିରେ ୟୁଜର ଟିଭି ଭିଡ଼ିଏ କଲିଂ ଅଫର ପାଇବେ ।

Advertisment
Advertisment