/odishatv-khabar/media/post_attachments/uploadimage/library/16_9/16_9_0/Jio-The-Indian-Wire-800x556_1626688199.jpg)
Jio-The-Indian-Wire-800x556
ଏୟାରଟେଲ୍ ଠୁ ନେଇ ରିଲିଏନ୍ସ ଜିଓ ଯାଏ , ସବୁ ଟେଲିକମ୍ କଂପାନୀ ନିଜର ତାରିଫ୍ ପ୍ଲାନ୍ର ଦାମ ବଢାଇଦେଇଛନ୍ତି । ଯଦ୍ୱାରା ଗ୍ରାହକମାନେ ପୂର୍ବରୁ ସବୁ ସୁବିଧା ପାଇଁବା ପାଇଁ ଅଧିକ ଶୁଳ୍କ ଦେବାକୁ ପଡୁଛି । ଆଉ ଏହାକୁ ନେଇ ଖୁବ୍ ଚିନ୍ତିତ ଗ୍ରାହକମାନେ । ହେଲେ ଏହା ଭିତରେ ଏମିତି ଏକ ଉପାୟ ଅଛି , ଯାହାକି ଜିଓ ୟୁଜର ମାନେ ଚାହିଁଲେ ପୁରୁଣା ପ୍ୟାକ୍କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭେଟ କରିପାରିବେ । ଏଥିପାଇଁ ୟୁଜରଙ୍କୁ କିଛି ଷ୍ଟେପ୍ସ କୁ ଫଲୋ କରିବାକୁ ପଡ଼ିବ -
୧-ଆପଣଙ୍କୁ କଂପାନୀର ୱେବସାଇଟ୍ jio.comକୁ ଯିବାକୁ ହେବ । ଏହାକୁ ମଧ୍ୟ ଧ୍ୟାନ ରଖିଥିବେ ଯେ, ଏହି ଉପାୟ jio ଆପ୍ସରୁ ଫଲୋ କରିପାରିବେ ନାହିଁ । ଏଥିପାଇଁ କେବଳ କଂପାନୀ ର ୱେବସାଇଟ୍କୁ ହିଁ ଯିବାକୁ ହେବ।
୨- jio.com କୁ ଯିବା ପରେ ୟୁଜରଙ୍କୁ ନିଜର ଜିଓ ନମ୍ୱରରୁ ସାଇନ୍-ଇନ୍ କରିବାକୁ ହେବ . ଏଥିପାଇଁ ଆପଣଙ୍କୁ ନିଜର ନମ୍ୱର ଏଣ୍ଟର କରି OTP ଜେନେରେଟ୍ କରିବାକୁ ହେବ । ଏହି OTP ଏଣ୍ଟର କରିବା ପରେ ଆପଣଙ୍କର ଆକାଉଣ୍ଟ ଖୋଲି ଯିବ ।
୩- ଏହାପରେ ଏକ ନୂଆ ସ୍କ୍ରିନ୍ ଖୋଲିବ । ଏଥିରେ ଡାହାଣର ଉପର ଆଡ଼କୁ ସେଟିଂର ଆଇକନ୍ ତିଆରି ହେବ । ଏଥିପାଇଁ କ୍ଲିକ୍ କରନ୍ତୁ ।
୪- ଏବେ ଯେଉଁ ବିକଳ୍ପ ଓପେନ୍ ହେବ ଏହାର ସବୁଠୁ ତଳେ tariff protection ଦିଆ ଯାଇଥିବ । ଏଥିରେ କ୍ଲିକ୍ କରନ୍ତୁ ।
୫-ଏବେ ଆପଣ ପ୍ରଥମରୁ ଯେଉଁ ସବୁ ରିଚାର୍ଜ କରିଛନ୍ତି ବା ଯେଉଁ ସବି ରିଚାର୍ଜ ଗୁଡ଼ିକ କଂପାନୀ ଲଂଚ କରିଥିଲା ତାହା ଲିଷ୍ଟ ହୋଇ ଦେଖାଯିବ ।
୬- ଏଥିରୁ ଆପଣ ପୁରୁଣା ଯେଉଁ ରିଚାର୍ଜ ବି କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)