Advertisment

ନୂଆ ବର୍ଷରୁ JIOର ଆକର୍ଷଣୀୟ ୨୦୨୦ ଅଫର

ପୁଣି ଟେଲିକମ୍‌ ଦୁନିଆରେ ଚହଳ ପକାଇଲା ରିଲିଏନ୍ସ ଜିଓ । କମ୍ପାନୀ ଘୋଷଣା କଲା ନୂଆ ବର୍ଷର ଅଫର । ସୋମବାର ଦିନ  ‘୨୦୨୦ ହାପି ନ୍ୟୁ ଅଫର ’ ଲଂଚ ପାଇଁ ରିଲିଏନ୍ସ ଜିଓ ଘୋଷଣା କରିଛି । ଏହି ନୂଆ ସ୍କିମ୍‌ରେ ରିଲିଏନ୍ସ ଜିଓ ଦେଉଛି ୨୦୨୦ ଟଙ୍କାରେ ୧ ବର୍ଷ ପାଇଁ ଅସୀମିତ ସେବାର ସୁବିଧା ଏବଂ ଏହି ନୂଆ ସ୍କିମ୍‌ଟି ଡିସେମ୍ୱର ୨୪ରୁ ଆରମ୍ଭ ହେଉଛି । ରିଲିଏନ୍ସ ଜିଓର ଏହି […]

author-image
Pradesh Pratyush
ନୂଆ ବର୍ଷରୁ JIOର ଆକର୍ଷଣୀୟ ୨୦୨୦ ଅଫର

jio

ପୁଣି ଟେଲିକମ୍‌ ଦୁନିଆରେ ଚହଳ ପକାଇଲା ରିଲିଏନ୍ସ ଜିଓ । କମ୍ପାନୀ ଘୋଷଣା କଲା ନୂଆ ବର୍ଷର ଅଫର । ସୋମବାର ଦିନ  ‘୨୦୨୦ ହାପି ନ୍ୟୁ ଅଫର ’ ଲଂଚ ପାଇଁ ରିଲିଏନ୍ସ ଜିଓ ଘୋଷଣା କରିଛି ।

Advertisment

ଏହି ନୂଆ ସ୍କିମ୍‌ରେ ରିଲିଏନ୍ସ ଜିଓ ଦେଉଛି ୨୦୨୦ ଟଙ୍କାରେ ୧ ବର୍ଷ ପାଇଁ ଅସୀମିତ ସେବାର ସୁବିଧା ଏବଂ ଏହି ନୂଆ ସ୍କିମ୍‌ଟି ଡିସେମ୍ୱର ୨୪ରୁ ଆରମ୍ଭ ହେଉଛି ।

publive-imageରିଲିଏନ୍ସ ଜିଓର ଏହି   ‘୨୦୨୦ ହାପି ନ୍ୟୁ ଅଫର ’ଟି ଉଭୟ ସ୍ମାର୍ଟଫୋନ୍‌ ଓ ଜିଓ ଫୋନ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ । ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ପାଇଁ ରିଲିଏନ୍ସ ଜିଓ ଦେଉଛି ଅସୀମିତ ଭଏସ୍‌ କଲିଂ , ଦିନକୁ୧.୫ ଜିବି ଡାଟା , ଏସ୍‌ଏମ୍‌ଏସ୍‌ ଏବଂ ଜିଓ ଆପ୍‌ ଆକ୍‌ସେସ୍ ର ସୁବିଧା । ଏହି ସ୍କିମ୍‌ର ସମୟ ଅବଧି ୩୬୫ ଦିନର ।

Advertisment

ରିଲିଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ସୂଚନା ଦେଇଛି ଯେ, ୨୦୨୦ଟଙ୍କାରେ ଏକ ଜିଓ ଫୋନ୍‌ ନେବା ସହ ୧୨ ମାସର ମାଗଣା ସେବା ପାଇ ପାରିବେ । ଏହି ସ୍କିମ୍‌ରେ ଗ୍ରାହକ ଅସୀମିତ ଭଏସ୍‌ କଲିଂ ସହ ଦିନକୁ ୦.୫ଜିବି ଡାଟା , ଏସ୍‌ଏମ୍‌ଏସ୍‌, ଏବଂ ଜିଓ ଆପ୍ସକୁ ଆକ୍ସେସ କରିପାରିବେ । ଜିଓଫୋନ୍‌ ୟୁଜର ଏହି ସ୍କିମମର ସୁବିଧା ୧୨ ମାସ ଯାଏ ପାଇପାରିବେ ।

Advertisment
Advertisment