Advertisment

୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

ବରେଲି: ଭାରତରେ ୧୧୮ ବର୍ଷ ପରେ ଏକ ବିରଳ ପ୍ରଜାତିର ଅର୍କିଡ୍ ଫୁଲ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ବନ ଅଧିକାରୀ ତଥା ବନ୍ୟଜନ୍ତୁ ବିଶେଷଜ୍ଞମାନେ ଯାଞ୍ଚ ସମୟରେ  Eulophia obtusa (ଇଉଲୋଫିଆ ଓବଟୁସା) ନାମକ ଏହି ଫୁଲକୁ ଦେଖିଥିଲେ। ଯାହା ଗ୍ରାଉଣ୍ଡ ଅର୍କିଡ ଭାବରେ ଜଣାଶୁଣା। IUCNର ରେଡ୍‌ ଲିଷ୍ଟରେ ଥିବା ବିରଳ ପ୍ରଜାତିର ବିଲୁପ୍ତ ଏହି ଉଦ୍ଭିଦ  ଶେଷଥର ପାଇଁ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ପିଲିବିଟ୍‌ରେ  ଦେଖାଯାଇଥିଲା। ଇଂଲଣ୍ଡର କ୍ୟୁ […]

author-image
Mahasweta Baral
୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

flower

ବରେଲି: ଭାରତରେ ୧୧୮ ବର୍ଷ ପରେ ଏକ ବିରଳ ପ୍ରଜାତିର ଅର୍କିଡ୍ ଫୁଲ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ବନ ଅଧିକାରୀ ତଥା ବନ୍ୟଜନ୍ତୁ ବିଶେଷଜ୍ଞମାନେ ଯାଞ୍ଚ ସମୟରେ  Eulophia obtusa (ଇଉଲୋଫିଆ ଓବଟୁସା) ନାମକ ଏହି ଫୁଲକୁ ଦେଖିଥିଲେ। ଯାହା ଗ୍ରାଉଣ୍ଡ ଅର୍କିଡ ଭାବରେ ଜଣାଶୁଣା।

Advertisment

IUCNର ରେଡ୍‌ ଲିଷ୍ଟରେ ଥିବା ବିରଳ ପ୍ରଜାତିର ବିଲୁପ୍ତ ଏହି ଉଦ୍ଭିଦ  ଶେଷଥର ପାଇଁ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ପିଲିବିଟ୍‌ରେ  ଦେଖାଯାଇଥିଲା। ଇଂଲଣ୍ଡର କ୍ୟୁ ହର୍ବାରିୟମ୍‌ର ଦଲିଲରେ ଏହା ରେକର୍ଡ ହୋଇଛି। ଊନବିଂଶ ଶତାବ୍ଦୀରେ ଗଙ୍ଗା ନଦୀ ସମତଳ ଅଞ୍ଚଳରେ ଉଦ୍ଭିଦ ବୈଜ୍ଞାନୀ ଏହି ପ୍ରଜାତିର ଫୁଲକୁ ଏଠାକୁ ଆଣିଥିଲେ। କିନ୍ତୁ ଗତ ୧୦୦ ବର୍ଷ ମଧ୍ୟରେ ଏହି ଫୁଲ କେବେ ଦେଖିବାକୁ ମିଳି ନ ଥିଲା।

ଏହି ବିରଳ ପ୍ରଜାତିର ଫୁଲକୁ ଅନୁସନ୍ଧାନ କରିଥିବା ଟିମ୍‌ର ଫିଲ୍ଡ ନିର୍ଦ୍ଦେଶକ ସଞ୍ଜୟ ପାଠକ କହିଛନ୍ତି,  ଜୁନ୍‌ ୩୦ରେ ଏହି ଫୁଲକୁ ଆମେ ଦେଖିଥିଲୁ। ସେହି ଫୁଲର ଫଟୋକୁ ଉଠାଇ ବାଂଲାଦେଶର ଉଦ୍ଭିଦ ବିଜ୍ଞାନୀ ମହମ୍ମଦ ସରିଫ୍‌ ହୁସେନ୍‌ଙ୍କୁ ପଠାଇଥିଲୁ। ବର୍ତ୍ତମାନ ସେ ଜର୍ମାନୀରେ ରିର୍ସଚ୍ଚ କରୁଛନ୍ତି। ସେ ଏହି ଫଟୋକୁ ଦେଖି ସ୍ପଷ୍ଟ କରିଛନ୍ତି ଯେ ଏହା ହେଉଛି Eulophia obtuse (ଇଉଲୋଫିଆ ଓବଟୁସା)।

Advertisment

Wild Fund for Nature (WWF) ଭାରତର ସଂଯୋଜକ ମୁଦିତ ଗୁପ୍ତା କହିଛନ୍ତି ଯେ ଖୁବ୍‌ ଶୀଘ୍ର ଏହି ଫୁଲ ବିଷୟରେ ସବିଶେଷ ସର୍ଭେ କରାଯିବ।

Advertisment
Advertisment