/odishatv-khabar/media/post_attachments/uploadimage/library/16_9/16_9_0/new-born-baby_1626690530.jpg)
new born baby
ରାଜସ୍ଥାନ : ରାଜସ୍ଥାନରେ ଏକ ଅଜବ କଥା ଦେଖିବାକୁ ମିଳିଛି । ଜଣେ ପିତା ତାଙ୍କ ନବଜାତ ପୁତ୍ରର ଏମିତି ଏକ ନାଁ ରଖିଛନ୍ତି , ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ।
ସୂଚନା ମୁତାବକ, ଉଦୟପୁରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଜଣେ ମିଡିଆ ଅଧିକାରୀ ଭାବେ କାମ କରନ୍ତି ବିନୋଦ ଜୈନ । ମଙ୍ଗଳବାର ଦିନ ତାଙ୍କର ଏକ ନବଜାତ ଶିଶୁର ନାଁ ରଖିଛନ୍ତି ‘କଂଗ୍ରେସ ଜୈନ’ । ଆଉ ମଧ୍ୟ ସେ ଶିଶୁ ପୁତ୍ରଟିର ଜନ୍ମ ପ୍ରମାଣ ପତ୍ରରେ ନାଁ ‘କଂଗ୍ରେସ’ ବୋଲି ରଖିଛନ୍ତି ।
ବିନେଦ ଜୈନଙ୍କ କହିବାନୁସାରେ , ତାଙ୍କର ପୁରା ପରିବାର କଂଗ୍ରେସ ଦଳ ସହ ସଂପୃକ୍ତ ଏବଂ ସେ ଚାହାନ୍ତି କି , ତାଙ୍କର ଆଗାମୀ ପିଢ଼ି ମଧ୍ୟ ଏହି ମାର୍ଗରେ ଚାଲନ୍ତୁ । ଏଥିପାଇଁ ସେ ଦଳର ନାଁରେ ଶିଶୁଟିର ନାମକରଣ କରିଛନ୍ତି।/odishatv-khabar/media/post_attachments/wp-content/uploads/2020/01/birth.jpg)
ବିନୋଦ ଜୈନ କହିଛନ୍ତି ‘ ମୋ ପରିବାରର କିଛି ସଦସ୍ୟ ଶିଶୁଟିକୁ କଂଗ୍ରେସ ଡାକିବେ ବୋଲି ଚାହିଁଥିଲେ । ମୋ ପୁଅର ଜନ୍ମ ଜୁଲାଇରେ ହୋଇଥିଲା । ତାହାର ଜନ୍ମ ପ୍ରମାଣ ପତ୍ର ପାଇଁ କିଛି ବର୍ଷ ଲାଗିଯାଇଥିଲା । ଆଜି ରାଜ୍ୟ ସରକାର ତାର ଜନ୍ମ ପ୍ରମାଣ ପତ୍ର ଜାରିକଲେ । ଏବେ ସେ କଂଗ୍ରେସ ଜୈନ ଭାବେ ପରିଚିତ ହେଲା। ଆଉ ତାକୁ ଯତେବେଳେ ୧୮ ବର୍ଷ ହୋଇଯିବ ସେ ମଧ୍ୟ ସେ ବି ରାଜନୀତିରେ କ୍ୟାରିୟର ଆରମ୍ଭ କରିବ । ’
ଉଲ୍ଲେଖନୀୟ ଯେ , ଜୁଲାଇ ୨୦୧୯ରେ ଜନ୍ମ କଂଗ୍ରେସ ଜୈନ , ବିନୋଦ ଜୈନଙ୍କର ଦ୍ୱିତୀୟ ସନ୍ତାନ। ଯିଏ କି ପ୍ରଥମ ସନ୍ତାନ ଜନ୍ମ ହେବାର ୧୮ ବର୍ଷ ପରେ ଜନ୍ମ ହୋଇଛି ।
ବିନୋଦ ଜୈନ କହିଛନ୍ତି , ‘ ମୁଁ ବଡ଼ ଆଶା ରଖି ପୁଅର ଏମିତି ନାଁ ରଖିଛି । ସେ ବଡ଼ ହେଲେ କଂଗ୍ରେସ ଦଳରେ ପ୍ରମୁଖ ଭୂମିକା ନେବ । ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)