Advertisment

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା...

ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି। ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ ୨୦୦୬ ମସିହାରେ ମୁମ୍ୱାଇର ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତିଙ୍କର ପର୍ସଟି ହଜି ଯାଇଥିଲା। ସେତେବେଳେ ପର୍ସରେ ୯୦୦ଟଙ୍କା ଥିଲା। ସେହି ବ୍ୟକ୍ତିଙ୍କ […]

author-image
Mahasweta Baral
ଅଦ୍ୟତନ ହୋଇଛି
୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା...

parsha

ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି।

Advertisment

ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ ୨୦୦୬ ମସିହାରେ ମୁମ୍ୱାଇର ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତିଙ୍କର ପର୍ସଟି ହଜି ଯାଇଥିଲା। ସେତେବେଳେ ପର୍ସରେ ୯୦୦ଟଙ୍କା ଥିଲା। ସେହି ବ୍ୟକ୍ତିଙ୍କ ନାଁ ହେମନ୍ତ ପେଡଲକର।14 साल पहले खोया था पर्स, अब मिला तो निकला पांच सौ का पुराना नोट

ତେବେ ହେମନ୍ତଙ୍କର ଯେଉଁ ପର୍ସଟି ୧୪ ବର୍ଷ ତଳେ ହଜିଯାଇଥିଲା ତାହା  ଚଳିତ ବର୍ଷ ଏପ୍ରିଲରେ GRPକୁ ମିଳିଥିଲା। ଯାହାପରେ ଜିଆରପି ଫୋନ୍‌ କରି ହେମନ୍ତଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ। ଏକଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ଆଣିବାକୁ ଯାଇ ପାରିନଥିଲେ। ଲକ୍‌ଡାଉନ୍‌ ସରିବା ପରେ ପନ୍‌ଭେଲ ବାସିନ୍ଦା ହେମନ୍ତ GRP କାର୍ଯ୍ୟାଳୟକୁ ଯାଇ ତାଙ୍କ ପର୍ସ ଆଣିଥିଲେ।

Advertisment

14 साल पहले खोया था पर्स, अब मिला तो निकला पांच सौ का पुराना नोट

ହେମନ୍ତଙ୍କ କହିବା ଅନୁଯାୟୀ, ବ୍ୟକ୍ତିଙ୍କ ପର୍ସରେ ୯୦୦ ଟଙ୍କା ଥିଲା। ଯେଉଁଥିରେ ଏକ ୫୦୦ ଟଙ୍କିଆ ନୋଟ୍‌ ମଧ୍ୟ ଥିଲା। ଯାହାକୁ ୨୦୧୬ ମସିହାରେ ସରକାର ଋଦ୍ଦ କରି ଦେଇଥିଲେ। ଯେହେତୁ ସେହି ୫୦୦ଟଙ୍କିଆ ପୁରୁଣା ନୋଟ ବର୍ତ୍ତମାନ ଅମାନ୍ୟ ହୋଇପଡ଼ିଛି, ତେଣୁ ପୋଲିସ ହେମନ୍ତକୁ ମାତ୍ର ତିନି ଶହ ଟଙ୍କ ଫେରସ୍ତ କରିଥିଲା । ସେହିପରି କାଗଜ କାମ ପାଇଁ ପୋଲିସ ଶହେ ଟଙ୍କା କାଟି ଦେଇଥିଲା। ତେବେ ପୋଲିସ ସେହି  ପୁରୁଣା ୫୦୦ ଟଙ୍କିଆ  ନୋଟ୍‌କୁ ବଦଳ କରି ହେମନ୍ତଙ୍କୁ ନୂଆ ନୋଟ୍‌ ଦେବେ ବୋଲି କହିଛନ୍ତି।

14 साल पहले खोया था पर्स, अब मिला तो निकला पांच सौ का पुराना नोट

ଏଥି ସହିତ ଜଣେ GRP ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ହେମନ୍ତଙ୍କ ପର୍ସ ଚୋରି କରିଥିବା ଚୋର ଏବେ ଧରା ପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ଆମେ ହେମନ୍ତଙ୍କର ପର୍ସ ପାଇଛୁ। ଯେଉଁଥିରେ ୯୦୦ଟଙ୍କା ଥିଲା।

14 साल पहले खोया था पर्स, अब मिला तो निकला पांच सौ का पुराना नोट

Advertisment
Advertisment